ପାଠକ ବାପାପୁଅ ଦିନିକିଆ ପୋଲିସ ରିମାଣ୍ଡରେ

ଗଞ୍ଜାମ: ବରିଷ୍ଠ ଆଇଏଫଏସ ଅଧିକାରୀ ବାପା ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଦିନିକିଆ ରିମାଣ୍ଡରେ ନେବ ଗୋଳନ୍ଥରା ପୋଲିସ । ଅଭୟ ଗୋଟିଏ ଓ ଆକାଶ ଦୁଇଟି ମାମଲାରେ ରିମାଣ୍ଡରେ ଯିବେ । ଆସନ୍ତାକାଲି ଦିନକ ପାଇଁ ପୋଲିସକୁ ରିମାଣ୍ଡ ଅନୁମତି ପ୍ରଦାନ କରିଛନ୍ତି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ ।
ଏଠାରେ ଉଲ୍ଲେଖଯୋଗ୍ୟ, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ବାପାପୁଅଙ୍କୁ ଯୋଡି ଗୋଳନ୍ଥରା ପୋଲିସ ପରେ ଆଉ ତିନୋଟି ଠକେଇ ମାମଲା ରୁଜ୍ଜୁ କରିଥିଲା । ଏଣୁ ଏନେଇ ପଚରା ଉଚୁରା ଲାଗି ଉଭୟଙ୍କୁ ରିମାଣ୍ଡରେ ନେବାକୁ ଗୋଳନ୍ଥରା ପୋଲିସ ପକ୍ଷରୁ ବ୍ରହ୍ମପୁର ଏସଡ଼ିଜେଏମ୍ କୋର୍ଟରେ ଆବେଦନ କରାଯାଇଥିଲା । ଏହି ଆବେଦନ ଉପରେ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି ।