ଭାରତ ଅଷ୍ଟ୍ରେଲିଆ ସିଡନୀ ଟେଷ୍ଟରେ ବର୍ଷା ସାଜିଛି ବାଧକ

ସିଡ୍‌ନି: ଗୁରୁବାର ଦିନ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟ୍‍ କ୍ରିକେଟ୍‌ ମ୍ୟାଚ୍‌ର ପ୍ରଥମ ଦିନର ଖେଳ ୭.୧ ଓଭର୍‌ ଖେଳାଯିବା ପରେ ବର୍ଷା ଯୋଗୁଁ ବନ୍ଦ ରହିବା ପରେ ପୁଣି ଆରମ୍ଭ ହୋଇଛି । ୪ଟିକିଆ ଟେଷ୍ଟ ସିରିଜରେ ଉଭୟ ଦଳ ୧-୧ ରହିଛନ୍ତି। ତେଣୁ ତୃତୀୟ ଟେଷ୍ଟ ମ୍ୟାଚ୍ ଜିତି ଉଭୟ ଦଳ ସିରିଜରେ ଅଗ୍ରଣୀ ହେବାକୁ ଉଦ୍ୟମ କରିବେ। ଏହିପରିପେକ୍ଷୀରେ ତୃତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ହେଲେ ବର୍ଷା ଯୋଗୁଁ ସିଡ୍‌ନି କ୍ରିକେଟ୍‌ ପଡ଼ିଆରେ ଖେଳ ବାଧାପ୍ରାପ୍ତ ହେବା ସମୟରେ ଅଷ୍ଟ୍ରେଲିଆ ୭.୧ ଓଭର୍‌ ଖେଳି ଗୋଟିଏ ଓ୍ଵିକେଟ୍‌ ବିନିମୟରେ ୨୧ ରନ୍‌ କରିଥିଲା।

ତେବେ ଅଷ୍ଟ୍ରେଲିଆ ଟିମ୍ ପକ୍ଷରୁ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲେ। କିନ୍ତୁ କଙ୍ଗାର ଟିମ୍ କୁ ପ୍ରାରମ୍ଭିକ ଝଟକା ଦେଉଛନ୍ତି ଟିମ୍ ଇଣ୍ଡିଆ ବୋଲର। ଅଷ୍ଟ୍ରେଲିଆ ଓପନର ଡେଭିଡ଼ ଓ୍ୱାର୍ଣ୍ଣରଙ୍କୁ ଆଉଟ କରିଛନ୍ତି ଭାରତୀୟ ବୋଲର ମହମ୍ମଦ ସିରାଜ । ପ୍ରଥମ ଇନିଂସରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଦଳକୁ ୬ରନ୍‌ରେ ଗୋଟିଏ ଓ୍ୱିକେଟ୍‌ ହରାଇବାକୁ ପଡିଥିଲା । ଡେଭିଡ଼ ଓ୍ୱାର୍ଣ୍ଣର ୫ରନ୍‌ କରି ପ୍ୟାଭିଲିୟନ ଫେରିଛନ୍ତି । ତେବେ ମ୍ୟାଚ୍‌ରେ ୭ତମ ଓଭର ଖେଳାଯାଉଥିବା ବେଳେ ବର୍ଷା ବାଧକ ସାଜିଛି । ଯାହାଫଳରେ କି ଖେଳକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଦଳ ୭.୧ ଓଭର ସୁ୍ଦ୍ଧା ୨୧ରନ୍‌ କରିବାରେ ସକ୍ଷମ ହୋଇଛି ।

ପ୍ରଥମ କରି ଖେଳୁଥିବା ନବାଗତ ଓ୍ଵିଲ୍‌ ପୁକୋଭସ୍କି ଏବଂ ମାର୍ଣ୍ଣସ୍‌ ଲେବୁସ୍‌ଚେନ୍‌ ଯଥାକ୍ରମେ ୧୪ ଓ ୨ ରନ୍‌ କରି ବ୍ୟାଟିଙ୍ଗ୍‌ କରୁଥିଲେ। ଅଚାନକ ବର୍ଷା ହେବାରୁ ଖେଳାଳିମାନେ ପଡ଼ିଆରୁ ଦୌଡ଼ି ପଳାଇ ଆସିଥିଲେ। ବର୍ଷା ଟିକେ ଅଧିକ ହେବାରୁ ଗ୍ରାଉଣ୍ଡ୍‌ସ୍‌ମେନ୍‌ମାନେ ପିଚ୍‌ ଓ ସ୍କୋୟାର୍‌କୁ ଘୋଡ଼ାଇବାକୁ ବାଧ୍ୟ ହୋଇଥିଲେ ।ଆଜିର ଟେଷ୍ଟ୍‍ ମ୍ୟାଚ୍‌ରେ ଭାରତୀୟ ଦଳରେ ମୟଙ୍କ୍‌ ଅଗରଓ୍ଵାଲ୍‌ଙ୍କ ସ୍ଥାନରେ ରୋହିତ ଶର୍ମା ଖେଳୁଛନ୍ତି। ସେହିଭଳି ଆହତ ହୋଇଥିବା ଉମେଶ ଯାଦବଙ୍କ ସ୍ଥାନରେ ପ୍ରଥମ ଥର ପାଇଁ ଖେଳୁଛନ୍ତି ନବାଗତ ପେସ୍‌ ବୋଲ୍‌ ନବଦୀପ ସାଇନି । ଅଷ୍ଟ୍ରେଲିଆ ଦଳରେ ଟ୍ରାଭିସ୍‌ ହେଡ୍‌ଙ୍କ ସ୍ଥାନରେ ଆସିଥିବା ନବାଗତ ପୁକୋଭସ୍କିଙ୍କ ସହ ଖେଳୁଛନ୍ତି ଓପେନର୍‌ ବ୍ୟାଟ୍‌ସ୍‌ମ୍ୟାନ୍‌ ଓ୍ଵାର୍ଣ୍ଣର୍‌।

ଭାରତୀୟ ଟିମ୍‌- ରୋହିତ ଶର୍ମୀ, ଶୁଭମନ ଗିଲ୍‌, ଆଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ରିଷଭ ପନ୍ଥ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନୀ, ଜସପ୍ରୀତ୍‌ ବୁମ୍‌ରାହ, ମହମ୍ମଦ ସିରାଜ, ନବଦୀପ ସାଇନି

ଅଷ୍ଟ୍ରେଲିଆ ଟିମ୍‌: ଡେଭିଡ୍‌ ଓ୍ଵର୍ଣ୍ଣର୍‌, ଓ୍ଵିଲ୍‌ ପୁକୋଭସ୍କି, ମାର୍ଣ୍ଣସ୍‌ ଲାବୁସ୍‌ଚାଗ୍‌ନେ, ଷ୍ଟିଭେନ୍‌ ସ୍ମିଥ୍‌, ମାଥ୍ୟୁ ଓ୍ଵାଡ଼େ, କ୍ୟାମେରନ୍‌ ଗ୍ରିନ୍‌, ଟିମ୍‌ ପେନ୍‌ (ଓ୍ଵିକେଟ୍‌ ରକ୍ଷକ), ପ୍ୟାଟ୍‌ କ୍ୟୁମିନ୍ସ, ମିଚେଲ୍‌ ଷ୍ଟାର୍କ, ନାଥନ୍‌ ଲିଅନ୍‌ ଏବଂ ଜୋସ୍‌ ହେଜେଲ୍‌ଉଡ୍‌।