ଭାରତର ଜବରଦସ୍ତ ବିଜୟ : ସିରିଜ୍ ୨-୨ରେ ବରାବର

ଅହମଦାବାଦ : ମୋଟାରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଚତୁର୍ଥ ଟି-୨୦ରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ଭ୍ରମଣକାରୀ ଦଳ ଇଂଲଣ୍ଡକୁ ମାତ ଦେଇ ୨-୨ରେ ସିରିଜ୍ ବରାବର କରିଛି ବିରାଟ ବାହିନୀ । ସିରିଜ୍ ର ଶେଷ ମ୍ୟାଚ୍ ବାକି ଥିବା ବେଳେ ଟିମ୍ ଇଣ୍ଡିଆ ଦୁଇଟି ମ୍ୟାଚ୍ ଜିତିଛି ।

ଆଜିର ମ୍ୟାଚ୍ରେ ବିରାଟ ବାହିନୀ ପାଇଁ କର ବା ମର ପରିସ୍ଥିତି ଥିବା ବେଳେ ଏହାକୁ ଜିତି ନେଇଛି ଭାରତ । ତେବେ ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିବ । ଚତୁର୍ଥ ଟି-୨୦ରେ ୧୮୬ ରନ୍ ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭ୍ରମଣକାରୀ ଦଳ ୮ ରନରେ ପରାସ୍ତ ହୋଇଛି ।

୮ ୱିକେଟ୍ ବିନିମୟରେ ଟିମ୍ ଇଂଲଣ୍ଡ ୧୭୭ ରନ୍ କରିଛି । ଦଳକୁ ୧୫ ରନ୍ରେ ପ୍ରଥମ ଝଟକା ଲାଗିଥିଲା । ଜୋସ୍ ବଟଲର ୯ ରନ୍ କରି ଆଉଟ୍ ହୋଇଥିବା ବେଳେ ଦ୍ୱିତୀୟ ୱିକେଟ ଭାବେ ଡେଭିଡ୍ ମଲାନ ୧୪ ରନ୍ କରି ପାଭିଲିୟନ ଫେରିଥିଲେ । ପରେ ପରେ ଦମଦାର ପ୍ରଦର୍ଶନ କରୁଥିବା ଜେସନ ରୟ ୪୦ ରନ୍ କରି ଆଉଟ୍ ହୋଇଥିଲେ । ଜନି ବେୟରୋଷ୍ଟୋ ୨୫, ବେନ୍ ଷ୍ଟୋକ୍ସ ୪୬ ରନ୍, ଅଧିନାୟକ ଇଅନ ମୋର୍ଗାନ ୪ ରନ୍ ଏବଂ ସାମ କରନ ୩ ରନ୍ କରି ପାଭିଲିୟନ୍ ଫେରିଥିଲେ ।

କ୍ରିସ୍ ଜୋର୍ଡାନ ୧୨ ରନ୍ କରି ଆଉଟ ହୋଇଛନ୍ତି । ସେ ପଟେ ଭାରତୀୟ ବୋଲରଙ୍କ କଥା କହିଲେ ୱାସିଂଟନ ସୁନ୍ଦର ଫ୍ଲଫ୍ ମାରିଛନ୍ତି । ୪ ଓଭରରେ ୫୨ ରନ୍ ଦେଇଛନ୍ତି ସୁନ୍ଦର । ହାର୍ଦ୍ଦିକ ପାଣ୍ଡ୍ୟା, ରାହୁଲ ଚହର ଦୁଇଟି ଲେଖାଏଁ ଓ୍ୱିକେଟ୍ ନେଇଥିବା ବେଳେ ଭୁବନେଶ୍ୱର କୁମାର ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି । ଶାର୍ଦ୍ଦୁଲ ଠାକୁର ସର୍ବାଧିକ ୩ଟି ୱିକେଟ ନେଇଛନ୍ତି ।

୪ର୍ଥ ଟି-୨୦ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍ ହରାଇ ୧୮୫ ରନ ସଂଗ୍ରହ କରିଥିଲା ଭାରତ । ସୂର୍ଯ୍ୟକୁମାର ଯାଦବ ସିରିଜର ପ୍ରଥମ ମ୍ୟାଚ ଖେଳି ଧୂଆଁଧାର ବ୍ୟାଟିଂ କରିବା ସହିତ କ୍ୟାରିୟରର ପ୍ରଥମ ଟି-ଟେଣ୍ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ସୂର୍ଯ୍ୟକୁମାର ଯାଦବ ମାତ୍ର ୩୧ ବଲ ଖେଳି ୬ଟି ଚୌକା ଏବଂ ୩ଟି ଛକା ସହାୟତାରେ ୫୭ ସର୍ବାଧିକ ୫୭ ରନ କରିଥିଲେ ।

ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦୁଇ ଭାରତୀୟ ଓପନର ରୋହିତ ଶର୍ମା ଏବଂ କେଏଲ ରାହୁଲ ଟିମକୁ ଭଲ ଆରମ୍ଭ ଦେଇଥିଲେ ସୁଦ୍ଧା ଉଭୟ ବଡ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ରାହୁଲ ମାତ୍ର ୧୪ ରନ କରି ବେନ୍ ଷ୍ଟୋକସ୍ଙ୍କ ଶିକାର ହୋଇଥିଲେ । ରୋହିତ ଶର୍ମା ୧୨ ବଲ ଖେଳି ଗୋଟିଏ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୧୨ ରନ କରି ଜୋଫ୍ରା ଆର୍ଚରଙ୍କ ଶିକାର ହୋଇଥିଲେ । ୩ୟ ମ୍ୟାଚର ହିରୋ ଅଧିନାୟକ ବିରାଟ କୋହଲି ଏଥର କିନ୍ତୁ ଫେଲ ମାରିଥିଲେ । କୋହଲି ମାତ୍ର ୧ ରନ କରି ଆଉଟ ହୋଇଥିଲେ । ଋଷଭ ପନ୍ତ ୨୩ଟି ବଲ ଖେଳି ୪ ଟି ଚୌକା ସହାୟତାରେ ୩୦ ରନ କରି ଆଉଟ ହୋଇଥିଲେ ।

ହାର୍ଦ୍ଦିକ ପାଣ୍ଡ୍ୟା ୮ବଲ ଖେଳି ଗୋଟିଏ ଛକା ସହାୟତାରେ ୧୧ ରନ କରି ଆଉଟ ହୋଇଥିଲେ । ଶ୍ରେୟସ ଆୟର ଧୂଆଁଧାର ବ୍ୟାଟିଂ କରି ୧୮ବଲ ଖେଳି ୫ଟି ଚୌକା ଏବଂ ଗୋଟିଏ ଛକା ସହାୟତାରେ ୩୭ ରନ, ୱାଶିଂଟନ ସୁନ୍ଦର ୪ ରନ କରି ଆଉଟ ହୋଇଥିଲେ । ସାର୍ଦ୍ଦୁଳ ଠାକୁର ୧୦ ରନ ଏବଂ ଭୁବନେଶ୍ୱର କୁମାର ୦ ରନ କରି ଅପରାଜିତ ଥିଲେ ।

ଅହମଦାବାଦ ମୋଟାରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଚତୁର୍ଥ ଟି-୨୦ରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ଭ୍ରମଣକାରୀ ଦଳ ଇଂଲଣ୍ଡକୁ ମାତ ଦେଇ ୨-୨ରେ ସିରିଜ୍ ବରାବର କରିଛି ବିରାଟ ବାହିନୀ । ସିରିଜ୍ର ଶେଷ ମ୍ୟାଚ୍ ବାକି ଥିବା ବେଳେ ଟିମ୍ ଇଣ୍ଡିଆ ଦୁଇଟି ମ୍ୟାଚ୍ ଜିତିଛି । ଆଜିର ମ୍ୟାଚ୍ରେ ବିରାଟ ବାହିନୀ ପାଇଁ କର ବା ମର ପରିସ୍ଥିତି ଥିବା ବେଳେ ଏହାକୁ ଜିତି ନେଇଛି ଭାରତ । ତେବେ ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିବ ।

ଚତୁର୍ଥ ଟି-୨୦ରେ ୧୮୬ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭ୍ରମଣକାରୀ ଦଳ ରନ୍ରେ ପରାସ୍ତ ହୋଇଛି । ୱିକେଟ୍ ବିନିମୟରେ ଟିମ୍ ଇଂଲଣ୍ଡରେ ରନ୍ କରିଛି । ଦଳକୁ ୧୫ ରନ୍ରେ ପ୍ରଥମ ଝଟକା ଲାଗିଥିଳା । ଜୋସ୍ ବଟଲର ୯ ରନ୍ କରି ଆଉଟ୍ ହୋଇଥିବା ବେଳେ ଦ୍ୱିତୀୟ ୱିକେଟ ଭାବେ ଡେଭିଡ୍ ମଲାନ ୧୪ ରନ୍ କରି ପାଭିଲିୟନ ଫେରିଥିଲେ । ପରେ ପରେ ଦମଦାର ପ୍ରଦର୍ଶନ କରୁଥିବା ଜେସନ ରୟ ୪୦ ରନ୍ କରି ଆଉଟ୍ ହୋଇଥିଲେ । ଜନି ବେୟରୋଷ୍ଟୋ ୨୫, ବେନ୍ ଷ୍ଟୋକ୍ସ ୪୬ ରନ୍, ଅଧିନାୟକ ଇଅନ ମୋର୍ଗାନ ୪ ରନ୍ ଏବଂ ସାମ କରନ ୩ ରନ୍ କରି ପାଭିଲିୟନ୍ ଫେରିଥିଲେ ।