ମୁନିଗୁଡା: ରାୟଗଡା ଜିଲ୍ଲା ମୁନିଗୁଡା ସଦର ମହକୁମା ଏକ ଵ୍ୟଵସାୟୀ ସ୍ଥଳ ଏଠାକୁ ଭୂବନେଶ୍ବର, ସମ୍ବଲପୁର, କୋରାପୁଟ, ଫୁଲବାଣୀ, ବ୍ରହ୍ମପୁର, ରାୟପୁର ଓ ଵିଶାଖାପାଟଣା ଆଦି ସ୍ଥାନକୁ ଯାତାୟତର ସୁବିଧା ରହିଛି । ଏହି ମୁନିଗୁଡା ବଜାର ଦେଇ ଦୈନିକ ଶହଶହ ଭାରିଯାନ ଚଳାଚଳ ହେଉଛି। ଫଳରେ ଟ୍ରକ, ଭାରିଯାନ ମାଳ ମାଳ ହୋଇ ଯିବାରୁ ସାଧାରଣ ଜନତା ବଜାରକୁ ଆସିଲେ ମାର୍କେଟିଂ କରିବାରେ ଅଣନିଶ୍ଵାସି ହୋଇଯାଉଥିଲେ । ଏପରିକି ପୂର୍ବରୁ ଵଜାରରେ ଘରକରି ରହିଥିବା ଲୋକ ଘରୁ ଗାଡି କାଢି ପାରୁନଥିଲେ ଏବ ଵିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବାଵେଳେ ପିଲାମାନେ ସ୍କୁଲକୁ ଯିଵାଆସିବା ସୁରକ୍ଷିତ ମଣୁ ନ ଥିବାବେଳେ ବୃଦ୍ଧ ବୃଦ୍ଧା ଫ୍ରିରେ ଯାତାୟତ କରିପାରୁନଥିଲେ । ହେଲେ ମୋଟର ଯାନ ଆଇନ -୧୯୮୮ ଧାରା ୧୧୫ ଅନୁଯାୟୀ ପ୍ରଶାସନ ଲୋକଙ୍କ ହିତ ଦୃଷ୍ଟିରୁ ଭାରୀଯାନ ଚଳାଚଳ ଉପରେ ନିଷେଧ କରିପାରିବ। କିନ୍ତୁ ଏଥିପୂର୍ବରୁ ପୂର୍ବ ଅଧିକାରୀ ମାନେ ନାମକୁ ମାତ୍ର ନୋ ଏଣ୍ଟ୍ରି କିଛିଦିନ ପାଇଁ କରିଥିଲେ। ହେଲେ ଯେଉଁ ତିମରକୁ ସେହି ତିମିର ହୋଇ ରହିଯାଇଛି କେତେ ବର୍ଷ ହେବ। ବର୍ତମାନର ଏସ୍ ଡି ପି ଓ ଶ୍ରୀ ଆକାଶ ଚନ୍ଦ୍ର ସାହୁ ଯେକି( ଚୋରା ଗଞ୍ଜେଇ ବେପାରୀଙ୍କୁ ଧରିବାରେ ଓସ୍ତାଦ )ତାଙ୍କୁ ସର୍ବସାଧାରଣର ପ୍ରତିନିଧି ନୋ ଏଣ୍ଟ୍ରି କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରିବା ସହ ଏହିଗଣମାଧ୍ୟମ ପତ୍ରିକାରେ ପ୍ରକାଶ ପାଇଥିଲା। ହେଲେ ଲୋକମାନଙ୍କର ଦାଵି ମୁତାବକ ଗତକାଲି ଠାରୁ ଏସ୍ ଡି ପି ଓ ଶ୍ରୀ ସାହୁଙ୍କ ନିର୍ଦେଶରେ ଆଇ ଆଇ ସି ଶ୍ରୀମତୀ ସୁଜ୍ଞାନୀ ସାହୁ କ୍ଷେତ୍ର ଉପରେ ରହି ନୋ ଏଣ୍ଟ୍ରି କରି ପୋଲିସ୍ ଜଗାଇଛନ୍ତ।ଏସ୍ ଡି ପି ଓ ଶ୍ରୀ ସାହୁ ଓ ଆଇ ଆଇ ସି ଶ୍ରୀମତୀ ସାହୁ ତଥା ପୋଲିସ ଷ୍ଟାଫଙ୍କୁ ମୁନିଗୁଡା ଉନ୍ନୟନ ଯୁବପରିଷଦ, ବରିଷ୍ଠନାଗରିକ ମଞ୍ଚ, ମିଳିତ ସାମ୍ଵାଦିକ ମଞ, ବଣିକ ସଂଘ, ପାଇକ ସାହି ଵିଜୁପଟ୍ଟନାୟକ ଯୁବକ ସଂଘ, ବିଜେଡି ସଭାପତି ରତନ ଲାଲ ଜୈନ, ସମ୍ପାଦକ ପୂର୍ଣଚନ୍ଦ୍ର ଗୌଡ, ସାଂସଦ ପ୍ରତିନିଧି ମାନସ ରଞ୍ଜନ ଵେହେରା, ମୁନିଗୁଡାର ଅମାୟିକ ପରୋପକାରୀ ପ୍ରକୃତ ସମାଜ ସେଵୀ ତଥା ଉଦାର ସ୍ବାଭାବିକ ଆନନ୍ଦ ସାହୁ, ବରିଷ୍ଟ ସାମ୍ବାଦିକ ତଥା ନିରପେକ୍ଷ ନିର୍ଭୀକ ସୋସିଆଲମିଡିଆ “ମୁନୀଗୁଡା ଖବରର “ମାଲିକ ଶ୍ରୀ ରାଧେଶ୍ୟାମ ଅଗ୍ରୱାଲ ଏତାଦୃଶ୍ୟ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି ।