ଦିନକୁ ଦିନ ସୁରକ୍ଷା ବାହିନୀ ଲାଲଗଡ଼ ଭିତରକୁ ଧସେଇ ପସୁଥିବା ବେଳେ ଏବେ ବି ଲାଲ ବାହିନୀ ଭୟରେ ଭିଟାମାଟି ଛାଡ଼ୁଛନ୍ତି ନିରୀହ ଗ୍ରାମବାସୀ

ମାଲକାନଗିରି: ଗତ ନଭେମ୍ବର ମାସ ୨୬ ତାରିଖ ଦିନ ହୋଇଥିବା ଏନକାଉଣ୍ଟରକୁ ସନ୍ଦେହ କରି ପୋଲିସ ଇନଫର୍ମର ସନ୍ଦେହ କରି ମାନୁ ଗଲୋରୀଙ୍କୁ ବିତାଡିତ କଲେ ସ୍ଥାନୀୟ ବାସିନ୍ଦା । ତିନିଦିନ ପୁର୍ବରୁ ନକ୍ସଲ ପନ୍ଥି ସ୍ୱାଭିମାନ ଅଚଂଳ ସନ୍ୟାଷିଗୁଡା ଗାଁରେ ଆସି ପ୍ରଜାକୋର୍ଟ କରି ମାନୁ ଗୋଲରିଙ୍କୁ ଗାଁ ଛାଡିବା ପାଇଁ ଧମକ ଦେଇଥିଲେ । ଗତକାଲି ରାତ୍ର ସମୟରେ ନିଜ ଜୀବନକୁ ବଚାଂଇବା ପାଇଁ ମାନୁ ଗଲୋରି ନିଜ ପରିବାର ସହ ଭୟଭିତ ଅବସ୍ଥାରେ ଆସି ପହଚିଂଥିଲେ ନିଜ ସମ୍ପର୍କୀୟ ଘରେ । ସେଠାରେ ଆମ ପ୍ରତିନିଧି ପହଚିଂ ତାଙ୍କ ସହ ବ୍ୟକ୍ତିଗତ ଆଲୋଚନା କରିଥିଲେ ମାନୁଙ୍କ କହିବା ଅନୁଯାଇ କିଛି ଦିନ ପୁର୍ବରୁ ଲାଲବାହିନୀ ଆସି ଗାଁରେ ପ୍ରଜାକୋର୍ଟ କରି ଗାଁ ଛାଡିବାକୁ ଧମକ ଦେଇଥିଲେ ନିଜର କାର୍ଯ୍ୟ ବ୍ୟସ୍ତ ହେତୁ ଦୁଇଦିନ ପରେ ନିଜ ଜୀବନ ବଚାଂଇବା ପାଇଁ ଗାଁ ଛାଡିବାକୁ ବାଧ୍ୟ ହୋଇଥିଲେ । ତେବେ ସ୍ୱାଭିମାନ ଅଚଂଳରେ ପୋଲିସ ତାର କାୟା ବିସ୍ତାର କରୁଥିବା ବେଳେ ପୋଲିସ ବାହିନୀ କାହା ସ୍ୱାର୍ଥରେ କ୍ୟାମ୍ପ ସ୍ଥାପନ କରାଯାଇଛି ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଥିବା ବେଲେ ବର୍ତମାନ ମାନୁ ଗଲୋରିଙ୍କ ଥଇଥାନ କିପରି କରାଯିବ ତାହା ଉପରେ ରହିଛି ବିତାଡିତ ପରିବାର ର ନଜର ।