କର୍ଲ।ମୁଣ୍ଡା : ଗ୍ରୀଷ୍ମରୁ ଅଚଳ ହୋଇ ପଡିଛି ସୋଲାର ପମ୍ପ ପାଣି ପାଇ ପଡାବାସୀ ଡହଳ ବିକଳ । ପଞ୍ଚାୟତ ପକ୍ଷରୁ ମରାମତି କରା ଯାଇ ପାରୁ ନାହିଁ । ଏପରି ଦୃଶ୍ୟ ଦେଖିବାକୁ ମିଳୁଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତ ରେଙ୍ଗାଲି ସ୍କୁଲ ପଡାଠାରେ । ଗତ ମାର୍ଚ ମାସରୁ ସୋଲାର ଖୋଲି ଜୁଲାଇ ମାସ ପର୍ଯ୍ୟନ୍ତ ମରାମତି ହେଉନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ପଡାରେ ପ୍ରାୟ ୪୦ ଘର ଥିବା ବେଳେ ପଞ୍ଚାୟତ ପ୍ରଶାସନ ଦୃଷ୍ଟି ଦେବାରେ ଅସଫଳ ବୋଲି ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପକାନ୍ତି କୁମାର ଆମ ମିଡିଆ ଆଗରେ ପ୍ରକାଶ କରିଛନ୍ତି । ଏ ନେଇ ଜଳ ପରିମଳ ବିଭାଗ କନିଷ୍ଟ ଯନ୍ତ୍ରୀଙ୍କୁ ଫୋନ ଯୋଗେ ଯୋଗା ଯୋଗ କରିବାରୁ ମୁଁ ଆପଣ କହିଲାରୁ ଜାଣିବାକୁ ପାଇଲି । ଆଜି ଯାଇ ଦେଖୁଛି କଣ ହେଇଛି ମରାମତି କରାଯିବ ବୋଲି କହିଥିଲେ । ତୁରନ୍ତ ପଦକ୍ଷେପ ନେବାପାଇଁ ପଞ୍ଚାୟତ ଓ ବ୍ଲକ ପ୍ରଶାସନଙ୍କୁ ପଡାବାସି ଦାବି କରିଛନ୍ତି ।