ଲାହୋର: ୨୦୦୮ ମସିହା ନଭେମ୍ବର ମାସ ୨୬ ତାରିଖରେ ମୁମ୍ବାଇରେ ହୋଇଥିବା ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ତଥା ଲସ୍କର ଆତଙ୍କବାଦୀ ସଂଗଠନର ପ୍ରମୁଖ ଜାକି ଓର ରେହମାନ ଲଖବୀକୁ ଗିରଫ୍ କରାଯାଇଛି । ତାକୁ ଆତଙ୍କବାଦୀ ମାନଙ୍କୁ ସାହାଯ୍ୟ କରିବା, ସେମାନଙ୍କୁ ଆର୍ଥିକ ସହାୟତା ଦେବା ଅଭିଯୋଗରେ ଗିରଫ୍ କରାଯାଇଛି । ସୂଚନା ଥାଉକି ଜାକି ଓର ରେହମାନ ଲଖବୀ ହାଫିଜ୍ ସଇଦ ସହ ମିଶି ୨୬/୧୧ ମୁମ୍ବାଇ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ତାର ଗିରଫଦାରି ସମ୍ପର୍କରେ ସିଟିଡି ପକ୍ଷରୁ କୁହାଯାଇଛି ଯେ ଗୁଇନ୍ଦା ସୂଚନା ମିଳିବାପରେ ଏଲଇଟି ନେତା ଜ୍ୟାକି-ଉର-ରେହେମାନ ଲଖଭିକୁ ଆତଙ୍କି ପାଣ୍ଠିଯୋଗାଣ ଅଭିଯୋଗରେ ଗିରଫ କରାଯାଇଛି । ପୂର୍ବରୁ ଗତ ସପ୍ତାହରେ ଆଉ ଏକ ଜାତିସଂଘ ଘୋଷିତ ଆତଙ୍କବାଦୀ ହାଫିଜ ସଇଦକୁ ୧୫ ବର୍ଷ ଜେଲଦଣ୍ଡ ହୋଇଥିଲା । ଆତଙ୍କି ପାଣ୍ଠି ଯୋଗାଣ ଅଭିଯୋଗରେ ତାକୁ ଏହି ଜେଲଦଣ୍ଡ ଦିଆଯାଇଛି ।
ଆତଙ୍କବାଦୀ ସଂଗଠନ ଲସ୍କରେ-ଏ- ତୋଇବାର ଅପରେସନ କମାଣ୍ଡର ଲାଖବୀ ମୁମ୍ବାଇ ଆକ୍ରମଣ ପରେ ୨୦୦୮ ରେ ୟୁଏନଏସସିର ପ୍ରସ୍ତାବ ମାଧ୍ୟମରେ ସଂଯୁକ୍ତ ରାଷ୍ଟ୍ର ତାକୁ ବିଧିବଦ୍ଧ ଭାବେ ଆତଙ୍କବାଦୀ ଘୋଷଣା କରିଥିଲା । ମୁମ୍ବାଇ ଆକ୍ରମଣ ବାବଦରେ ଚାଲିଥିବା ତଦନ୍ତ ସ୍ପଷ୍ଟ କରିଥିଲା କି ଲଖବୀ ହାଫିଜ୍ ସଇଦର ସମସ୍ତ ଆକ୍ରମଣ ପୂର୍ବରୁ ଯୋଜନା ପ୍ରସ୍ତୁତ କରୁଥିଲା ଓ ତାକୁ ସଫଳ କରିବାକୁ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲା । ୨୬/୧୧ ମୁମ୍ବାଇ ଆକ୍ରମଣରେ ବେଳେ ପାକିସ୍ତାନର ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବାର ୧୦ ଜଣ ଆତଙ୍କବାଦୀ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ମୁମ୍ବାଇ ସହରରେ ଆଖିବୁଜା ଗୁଳି ଚଳାଇଥିଲେ । ଏହି ଆକ୍ରମଣରେ ମୁମ୍ବାଇର ୧୬୬ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା, ଏହାସହ ୩୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ । ଲାଖବୀ ପାଖା ପାଖି ୬ ବର୍ଷ ପାକିସ୍ତାନ ଜେଲରେ ରହିବା ପରେ ୨୦୧୫ ଏପ୍ରିଲ ମାସରେ ସେ ଜେଲରୁ ମୁକୁଳିଥିଲେ । ଏହାପରେ ଆଜି ତାଙ୍କୁ ଗିରଫ୍ କରାଯାଇଥିବା ସୂଚନା ମିଳିଛି ।