ସାଲେପୁର: ଓଡିଶାର ପ୍ରସିଧ୍ୟ ଶନିଶ୍ଚର ପୀଠ ଜନାର୍ଦନପୁରରେ ଶନିଶ୍ଚର ମହାଯଜ୍ଞ ଓ ଯାତ୍ରାକୁ କରୋନା ମହାମାରୀର କଟକଣା ଯୋଗୁ ଚଳିତ ବର୍ଷ ପାଇଁ ବାତିଲ କରାଯାଇଛି । ପ୍ରତିବର୍ଷ ଏହି ଦିନ ଏହି ସ୍ଥାନରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ । ଭକ୍ତମାନେ ନିଜର ମନୋବାଞ୍ଛା ପୂରଣ ନିମନ୍ତେ ଚିତ୍ରୋତ୍ପଳା ନଦୀରୁ କଳସୀରେ ଜଳଆଣି ଶନିଦେବଙ୍କ ମସ୍ତକରେ ଢାଳିଥାନ୍ତି । ଏଠାରେ ବଡ ଧାରଣର ଯାତ୍ରା ଓ ମେଳା ଅନୁଷ୍ଠିତ ହୋଇଥାଏ । ଶହ ଶହ ସଂଖ୍ୟାରେ ଦୋକାନ ବଜାର ଖୋଲାଯାଇ କିଣାବିକା ହୋଇଥାଏ । ବିଭିନ୍ନ ଅପେରା ଦଳ ପକ୍ଷରୁ ଯାତ୍ରା ପରିବେଷଣ କରାଯାଇଥାଏ । ମାତ୍ର କୋଭିଡ କଟକଣା ପାଇଁ ଗତଦୁଇ ବର୍ଷ ହେବ ଏସବୁକୁ ବନ୍ଦ ରଖାଯାଇଛି । ଚଳିତ ବର୍ଷ କେବଳ ବିଧିରକ୍ଷା ପାଇଁ ଜଣେ ମାତ୍ର ପୂଜକଙ୍କୁ ନେଇ ପୂଜାର୍ଚ୍ଚନା କରାଯାଉଥିବା ମିନ୍ଦିର କମିଟିର କର୍ମକର୍ତ୍ତା ପ୍ରକାଶ କରିଛନ୍ତି ।