ଜଲାପୁଟ ବିଏସଫ କ୍ୟାମ୍ପ ରେ ଯବାନ ଙ୍କ ଆତ୍ମହତ୍ୟା

କୋରାପୁଟ: ନନ୍ଦପୁର ଜଲାପୁଟ ସ୍ଥିତ ୧୫ ବାଟାଲିଆନ ବିଏସଫ କ୍ୟାମ୍ପରେ ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି. ଯବାନ ଜଣକ ବନ୍ଧୁକରେ ନିଜ ବେକକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି । ମୃତ ଯବାନ ଜଣକ ଇନ୍ଦ୍ର ସିଂ. ସେ ରାଜସ୍ଥାନର ଜାନିବାଦି ଗାଁର ବୋଲି ଜଣାପଡିଛି । ମୃତ ଯବାନ ଜଣକ ଏକ ମାସ ହେଲା ଛୁଟିରେ ନିଜ ଗାଁକୁ ଯାଇଥିଲେ । ଛୁଟି ସରିବା ପରେ ଗତ ଗୁରୁବାର ଦିନ ଜଳାପୁଟ ବିଏସଫ କ୍ୟାମ୍ପକୁ ଫେରିଥିଲେ । ଗତ କାଲି ସେ ନିଜ କାର୍ଯ୍ୟରେ ଯୋଗ ଦେଇଥିଲେ । ତେବେ ହଠାତ ଆଜି ସକାଳ ପ୍ରାୟ 8 ଘଣ୍ଟା ସମୟରେ ବିଏସଫ କ୍ୟାମ୍ପରେ ନିଜ ବେକକୁ ଗୁଳି କରି ଆତ୍ମହତ୍ୟା କରିଥିଲେ । ଘଟଣା ଜାଣିବା ପରେ ଜଳାପୁଟ ବିଏସଫ କର୍ମଚାରୀ ଓ ଅଧିକାରୀ ମାନେ ମୃତ ଯବାନଙ୍କ ଲମତାପୁଟ ସ୍ଥିତ ଆଶାକିରଣ ଡାକ୍ତଖାନାରେ ଭର୍ତି କରିଥିଲେ । ପରେ ଡାକ୍ତର ଯବାନଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ତେବେ ମୃତ ଯବାନଙ୍କ ମୃତ୍ୟୁର କାରଣ କଣ ତାହା ଏବେବି ଅସ୍ପର୍ଶ । ଅନ୍ୟପଟେ କୋରାପୁଟ ସ୍ଥିତ BSF DIG ମଧ୍ୟ ଡାକ୍ତର ମେଡିକାଲରେ ପହଞ୍ଚି ଘଟଣାର ଅନୁସନ୍ଧାନ କରୁଛନ୍ତି ।