ଯବାନଙ୍କୁ ଅପହରଣ ପରେ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାରେ ମାଓବାଦୀ ମାନେ ବର୍ବର ହିଂସା କାଣ୍ଡ ଭିଆଇଥିବା ସୂଚନା ମିଳିଛି । ଅପହରଣ କରିବା ପରେ ଯବାନଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଲାଲବାହିନୀ । ସୋନୁ ପୁନମ ନାମକ ଜଣେ ଡିଆରଜି ଯବାନ ଗତକାଲି ରାତିରେ ମୋଟର ସାଇକେଲ ଯୋଗେ ନିଜ ଶ୍ବଶୁର ଘରକୁ ଯାଇଥିବା ସମୟରେ ନକ୍ସଲ ମାନେ ପୋନ୍ଦୁମ ଜଙ୍ଗଲ ରାସ୍ତାରୁ ତାଙ୍କୁ ଅପହରଣ କରି ନେଇଥିଲେ । ହେଲେ ଆଜି ସକାଳେ କେସକୁତୁଲ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ଦେଇଛନ୍ତି ବିଜାପୁର ଏସପି କୋମଲ ଲୋଚନ କାଶ୍ୟପ ।