ଅମିତାଭ୍‌ ଆଣୁଥିବା ଶାଢୀ ଜୟାଙ୍କୁ ଆସୁନଥିଲା ପସନ୍ଦ

ମୁମ୍ବାଇ ଅମିତାଭ ବଚ୍ଚନଙ୍କୁ ଶତାବ୍ଦୀର ସୁପରହିଟ କୁହାଯାଏ । ଜୟା ବଚ୍ଚନଙ୍କ ସହ ଅମିତାଭ ବଚ୍ଚନଙ୍କର ପ୍ରେମ ବିବାହ ହୋଇଥିଲା ।ସାକ୍ଷାତକାରରେ ଜୟା ବଚ୍ଚନ ଅମିତାଭଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଅନେକ ଥର ଆଲୋଚନା କରିଛନ୍ତି । ଅମିତାଭ ଏବଂ ଜୟାଙ୍କ ବିଷୟରେ ରେଖାଙ୍କ ନାମ ନିଶ୍ଚିତଭାବରେ ଆସେ । ଆଜି ଆମେ ଏହାକୁ ନେଇ ଜୟା ବଚ୍ଚନ ଏବଂରେଖା ବିଷୟରେ କହିବୁ । ଗୋଟିଏ ପଟେ ଜୟାଙ୍କ ପାଇଁ ଅମିତାଭଅ।ଣିଥିବା ରେଶମ ସିଲକ୍‌ ଶାଢୀ ପସନ୍ଦ କରୁନଥିଲେ । ହେଲେ ରେଖା ରେଶମ ଶାଢୀର ଦିୱାନା ଥିଲେ । ଏକ ସାକ୍ଷାତକାରରେ ଜୟାକହିଛନ୍ତି ଯେ ଅମିତାଭ ତାଙ୍କୁ ଶାଢୀର ଅଧିକାଂଶ ଉପହାର ଦେଉଥିଲେ । ସେ ତାଙ୍କୁ କଞ୍ଜୀବରମ ଶାଢୀ ଖୁବ୍‌ ଦେଉଥିଲେ । ଜୟାକହିଥିଲେ ଯେ ସେ ଏହି ଶାଢୀକୁ ଆଦୌ ପସନ୍ଦ କରନ୍ତି ନାହିଁ ।ସେ ଅମିତାଭଙ୍କ ହୃଦୟ ରଖିବା ପାଇଁ ଶାଢୀ ଗୁଡିକୁ ରଖୁଥିଲେ । ଜୟା କହିଥିଲେ ଯେ ଅମିତାଭ ବଚ୍ଚନ ତାଙ୍କ ପାଇଁ ବାଇଗଣୀ ବର୍ଡରଏବଂ ଧଳା ଶାଢୀ ଆଣିଥିଲେ । ବାଇଗଣୀ ବର୍ଡର ଥିବା ସାରୀ ତାଙ୍କୁ ଆଦୌ ପସନ୍ଦ ନଥିଲା । ଅଭିନେତ୍ରୀ ଜଣାଇଥିଲେ ଯେ ତେରୀ ବିନ୍ଦିଆରେ ଗୀତରେ ସେ ଅମିତାଭ ବଚ୍ଚନଙ୍କ ଦ୍ୱାରା ଉପହାର ଦିଆଯାଇଥିବା ଏକ ଶାଢୀ ପିନ୍ଧିଥିଲେ । ତେବେ ଅନ୍ୟପଟେ ଜୟାକଞ୍ଜୀବରମ ଶାଢୀଙ୍କୁ ପସନ୍ଦ କରୁନଥିବା ବେଳେ ରେଖାଶାଢୀ ପାଇଁ ପାଗଳ ଥିଲେ । ଆଜି ବି ରେଖା ବି-ଟାଉନ୍‌ ଇଭେଣ୍ଟରେ କଞ୍ଜୀବରମ ଶାଢୀ ପିନ୍ଧିଥିବାର ନଜର ଆସିଛନ୍ତି । ସେ ଅନେକଥର
କହିଛନ୍ତି ଯେ ସେ ଶାଢୀକୁ ବହୁତ ପସନ୍ଦ କରନ୍ତି ।

#bollywood film #bollywoodnews #amitabbachan #jayabachan