ଝାରସୁଗୁଡା: ଝାରସୁଗୁଡା ପୋଲିସ ବିପୁଳ ପରିମାଣର କଫ ସିରପ ଜବତ କରିଛି।ଗତ ସଂଧ୍ୟାରେ ବେହେରାମାଲ ଛକରେ ପୋଲିସ ପକ୍ଷରୁ ଯାନବାହନ ଯାଞ୍ଚ ସମୟରେ ଗୋଟିଏ ବୋଲେରୋ କୁ ସନ୍ଦେହରେ ଧରିବା ଓଆରେ ସେଥିରେ ଭର୍ତ୍ତି ୧୨ଶହ ବୋତଲ କଫ ସିରପ ଜବତ କରି ଘଟଣାରେ ସାମିଲ ୫ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।ଝାରସୁଗୁଡା ରେ କଫ ସିରପ କାରବାରକୁ ନେଇ ପୂର୍ବରୁ ଅନେକ ଥର ଚଢ଼ାଉ କରାଯାଇଥିଲା।ଗିରଫ ୫ ଜଣଙ୍କ ମଧ୍ୟରେ ଶେଖ ଅମଜାଦ, ଅଙ୍କୁସ ଭଗତ, ଅମିତ ସାହୁ,ମହମ୍ମଦ ଗୁଲାମ ଅସରଫ,ଭରତ ସିଂ ଯାଦବ।ଆଜି ଝାରସୁଗୁଡା ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେବା ଅବସରରେ ଗିରଫ ଅଭିଯୁକ୍ତ ମାନେ ପୁର୍ବରୁ ଗଞ୍ଜେଇ କାରବାରରେ ଲିପ୍ତ ଥିଲେ ବୋଲି କହିଥିଲେ।ଅନ୍ୟ ଜିଲ୍ଳା ରୁ ଝାରସୁଗୁଡା କୁ ଏହି କଫ ସିରପ ଚାଲାଣ ହେଉଥିବା ବେଳେ ଖୁବଶୀଘ୍ର କିଙ୍ଗପିନ ଧରାପଡିବ ବୋଲି କହିଛନ୍ତି ଏସପି।