ଦୁଷ୍କର୍ମ ମାମଲାରେ କାଲିମେଳା ବିଜେପି ମଣ୍ଡଳ ସଭାପତି ଗିରଫ

ମାଲକାନଗିରି: ଏକ ଦୁଷ୍କର୍ମ ମାମଲାରେ କାଲିମେଳା ବିଜେପି ମଣ୍ଡଳ ସଭାପତି ଅବଧୂତ ପ୍ରସାଦ ଦୁର୍ଗାଙ୍କୁ କାଲିମେଳା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୋଗ ଅନୁସାରେ, ଅବଧୂତ କାଲିମେଳା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହର ପ୍ରୋଲଭନ ଦେଖାଇ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଯୁବତୀ ଜଣକୁ ଚାରି ବର୍ଷ ପୂର୍ବେ ସେ ନାବାଳିକା ଥିବା ସମୟରେ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ବେଳେ ସେ ବର୍ତମାନ ବିବାହ କରି ଦିଲ୍ଲୀରେ ରହୁଛନ୍ତି । ବିବାହ ପରେ ମଧ୍ୟ ଅବଧୂତ ତାଙ୍କୁ ଫୋନ କରି ହଇରାଣ କରୁଥିବାରୁ ଯୁବତୀ ଜଣକ ନୂଆଦିଲ୍ଲୀର ଏକ ଥାନାରେ ସମ୍ପୃକ୍ତ ବିଜେପି ନେତାଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ । ନୂଆଦିଲ୍ଲୀ ପୋଲିସ ଏ ସମ୍ପର୍କରେ କାଲିମେଳା ପୋଲିସକୁ ସୂଚନା ଦେବା ପରେ କାଲିମେଳା ପୋଲିସ ଅବଧୂତ କୁ ଦଫା ୩ ୭ ୬ (୨ )(ଏ ନ ), ୫ 0୬ /୩ ୭ ୯ /୬ ୬ (ଇ )୬ ୭ (ବି )ଆଇଟି ଧାରାରେ ମାମଲା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।