ଅପହୃତା ଛାତ୍ରୀ ଉଦ୍ଧାର: ଅଭିଯୁକ୍ତ ଗିରଫ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ମାମଲାରେ ଅଭିଯୁକ୍ତକୁ ଦିଗପହଣ୍ଡି ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଲବ ରେଡ୍ଡୀ । ମୋବାଇଲ୍ ଟ୍ରାକ୍ ଲବ ବିଶାଖାପାଟଣାରେ ଥିବା ଜଣାପଡିଥିଲା । ପୋଲିସର ଏକ ଟିମ୍ ସେଠାରେ ପହଂଚି ଲବ କବଳରୁ ଛାତ୍ରୀଙ୍କୁ ଉଦ୍ଧାର କରିଥିଲା । ଗତ ୨୧ ତାରିଖରେ ଲବ ତାକୁ ଅପହରଣ କରି ନେଇଥିବା ସଂକ୍ରାନ୍ତରେ ଛାତ୍ରୀଙ୍କ ପରିବାର ପକ୍ଷରୁ ଦିଗପହଣ୍ଡି ଥାନାରେ ଏତଲା ହୋଇଥିଲା । ଆଜି ଡାକ୍ତରୀ ପରୀକ୍ଷା ପରେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ଚିକିଟି ଏସଡ଼ିପିଓ ସୁରେନ୍ଦ୍ର ନାଥ ମୁର୍ମୁ ସୂଚନା ଦେଇଛନ୍ତି ।