କୋରାପୁଟ ଜିଲ୍ଲା କହିଲେ ବନପାହାଡ଼ ଘେରା ଦୁର୍ଗମ ଅଞ୍ଚଳ। ସେହି ଜିଲ୍ଲାର ଏକ ବ୍ଲକ ହେଉଛି ଲକ୍ଷ୍ମୀପୁର, ଯେଉଁ ବ୍ଲକଟି ହେଉଛି ଦୁର୍ଗମ ଅଞ୍ଚଳ ଭରା ବ୍ଲକ। ଏହି ସ୍ଥାନକୁ ଯିବା ପାଇଁ ଏତେ ସୁବିଧା ମଧ୍ୟ ନାହିଁ। ଅନେକ ଲୋକ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। କିନ୍ତୁ ଏପରି ବ୍ଲକର ଦୁର୍ଗମ ଅଞ୍ଚଳକୁ ଚାଲି ଚାଲି ଯାଇ ଲୋକଙ୍କ ସମସ୍ୟା ବୁଝିଛନ୍ତି ଲକ୍ଷ୍ମୀପୁର ବିଡ଼ିଓ ପ୍ରୀତିରଞ୍ଜନ ରଥ।
ଲକ୍ଷ୍ମୀପୁର ବ୍ଲକର କୁଟିଙ୍ଗା ପଞ୍ଚାୟତର ଦୁର୍ଗମ ବନ ପାହାଡ଼ ଘେରା ସାଫାଆମ୍ବ ଓ ରୋହିଆମ୍ବରେ ପହଞ୍ଚି ବିଡ଼ିଓ ପ୍ରୀତି ରଞ୍ଜନ ରଥ ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ। ସାଥୀରେ ଥିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ପଭନ କୁମାର, ମହିଳା କନିଷ୍ଠ ଯନ୍ତ୍ରୀ ଶ୍ରାବଣୀ ପାଢ଼ୀ ଓ ଅନ୍ୟ କର୍ମଚାରୀ। ଏହି ଦୁଇ ଗାଁକୁ ରାସ୍ତା ନାହିଁ, ନାମକୁ ମାତ୍ର ରାଜସ୍ଵ ଗ୍ରାମର ମାନ୍ୟତା ଦିଆଯାଇଛି। ତେବେ ବିଡ଼ିଓ ବାସ୍ତବ ଚିତ୍ର ଦେଖି ପ୍ରଥମ ପର୍ୟ୍ୟାୟରେ ୧୦ ପରିବାରକୁ ଆବାସ ଯୋଜନାରେ ସାମିଲ କରିଛନ୍ତି। ରାସ୍ତା ଓ ପାଣି ଯୋଗାଇ ଦିଆଯାଇଛି ବୋଲି ଲକ୍ଷ୍ମୀପୁର ବିଡ଼ିଓ କହିଛନ୍ତି। ଏ ଭଳି ଦୁର୍ଗମ ଅଞ୍ଚଳରେ ଚାଲିଚାଲି ଲୋକଙ୍କ ପାଖକୁ ଯାଇ ଅଞ୍ଚଳର ସମସ୍ୟା ବୁଝି ସମାଧାନର ପ୍ରୟାସ ପାଇଁ ଲକ୍ଷ୍ମୀପୁର ବିଡ଼ିଓଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି । ବ୍ଲକର ସମସ୍ତ ଲୋକ ଗ୍ରାମରେ ବିଡ଼ିଓଙ୍କୁ ପ୍ରଶଂସା କରିବା ସହ ଏହିପ୍ରକାର ଦୁର୍ଗମ ଅଞ୍ଚଳରେ ଏମିତି ଅଫିସରର ଆବଶ୍ୟକ ଥିଲା ବୋଲି କହୁଛନ୍ତି ।