କେପିଏସଏସ ତରଫରୁ ମୁକ୍ତିଧାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ଼ : ଟିଟିଲାଗଡ଼ ସହରକୁ ସବୁଜ ବନାନୀ କରିବା ଲକ୍ଷ୍ୟରେ କୁମୁଡା ପାହାଡ ସୁରକ୍ଷା ସମିତି ତରଫରୁ ସହରର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବର୍ଷ ବର୍ଷ ଧରି ଚାଲି ଆସିଚି । ଏହି ପରିପ୍ରେକ୍ଷୀରେ ରବିବାର ସକାଳୁ ସମିତିର ସାଧାରଣ ସମ୍ପାଦକ ଶ୍ରି ଉପେନ୍ଦ୍ର ବାଗଙ୍କ ନେତୃତ୍ୱରେ ସ୍ଥାନୀୟ ମୁକ୍ତି ଧାମ ସମ୍ମୁଖରେ କେପିଏସଏସ ଟିମ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ନଗରପାଳ ଶ୍ରୀ ଶୁଭ୍ରାଂଶୁ ଦାସ ଯୋଗ ଦେଇ ଟିମ୍ କେପିଏସଏସର ଏହି ଉଦ୍ୟମକୁ ପ୍ରଶଂସା କରିବା ସହ ସମସ୍ତେ ଏହି ଅଭିଜାନ ରେ ସାମିଲ ହୋଇ ବୃକ୍ଷ ରୋପଣ କରିବାକୁ ଆହ୍ଵାନ ଦେଇଥିଲେ ।

ସେହିପରି ଈଶ୍ୱର ଜୈନ ଗୋଟିଏ ଗଛ ଗୋଟିଏ ଜିବନ ବୋଲି କହିବା ସହ ଗଛ ଲଗାଇବା ଆଉ ବଞ୍ଚାଇବା ମଧ୍ୟ ଆମର ଲକ୍ଷ୍ୟ ରଖିଲେ ସଫଳତା ନିଶ୍ଚୟ ପାଇବା ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ସମିତିର ସଦସ୍ୟ ରବି ପଟ୍ଟନାୟକ, ଈଶ୍ୱର ଚନ୍ଦ୍ର ଜୈନ, ସମ୍ବୁ ଗୋୟଲ୍, ତୁଳସୀ ସାହୁ, ଦେବାନନ୍ଦ ସାହୁ, ଲିଙ୍ଗରାଜ ସାହୁ, ବନମାଳୀ ବେହେରା, ମହେଶ୍ୱର ଦାସ ସୁନାନି, ଅଶୋକ ପାଢ଼ୀ, ଲାବନ୍ୟା ନାୟକ, ସତ୍ୟ ଦାସ, ଗାନ୍ଧୀ ମହାନନ୍ଦ, ଅଭିଜିତ ଏବଂ ସୁବ୍ରତଙ୍କ ଟିମର ସଦସ୍ୟ ମାନେ ଉପସ୍ଥିତ ରହି ସମସ୍ତେ ବୃକ୍ଷ ରୋପଣ କରିଥିଲେ ।