କୁନି ଝିଅ ସ୍ୱାତୀ ଅପହରଣକୁ ନେଇ ତନାଘନା

ନୟାଗଡ : ନୟାଗଡ଼ର କୁନି ଝିଅ ସ୍ୱାତୀ ଅପହରଣକୁ ନେଇ ତନାଘନା । ରଣପୁର ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତର ବଧିପାଟଣା ଗାଁରେ ଏବେ ମାଳ ମାଳ ପୋଲିସ ଗାଡି । ଘଟଣା ସ୍ଥଳରେ ନିଜେ ନୟାଗଡ଼ ଏସପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପରୀ ପରେ ସ୍ୱାତୀ ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ଗତ କାଲି ରାତିରେ ରଣପୁର ବିଧାୟକ ପହଞ୍ଚି ଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତ୍ରୀ ସୁରମା ପାଢ଼ୀ ମଧ୍ୟ ସ୍ୱାଧୀଙ୍କ ପରିବାରକୁ ଭେଟିଛନ୍ତି । ତେବେ ନୟାଗଡ଼ର ପରୀକୁ ନେଇ ହଇଚଇ ଥମିନି। ରଣପୁର ବଧିପାଟଣା ଗାଁ ଦାଣ୍ଡରୁ ଦିନ ଦିପହରରେ ପୁଣି ଏକ ୩ ବର୍ଷର ଝିଅ ଉଭାନ୍ ହେବା ଘଟଣାକୁ ନେଇ ସାରା ଗାଁରେ ଆତଙ୍କ ଘଟଣାକୁ ନେଇ ରାଜସୁନାଖଳା ଫାଣ୍ଡିରେ ଅଭିଯୋଗ ପରେ ରଣପୁର ପୋଲିସ୍ ଦୁଇଟି ଟିମ୍ ଗଠନ କରି ସ୍ୱାତୀକୁ ଖୋଜୁଛି। ଦମକଳବାହିନୀ ବି ଗାଁରେ ଥିବା ସବୁ କୂଅ ପୋଖରୀ, ଖୋଜି ସାରିଲାଣି। ଖୋଦ୍ ଜିଲ୍ଲା ଏସ୍ପି ବି ଯାଇ ଘଟଣାସ୍ଥଳ ବୁଲି ଦେଖିଥିଲେ ତଥାପି ପତ୍ତା ମିଳୁନି କୁନିଝିଅର ।