ଭୁବନେଶ୍ୱରରୁ ଲେଡି ଡନ୍ ଗିରଫ

ଭୁବନେଶ୍ୱର: ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଆଜାଦ ନଗରରୁ ଜଣେ ଲେଡି ଡନ୍ ଙ୍କୁ ଗିରଫ କରିଛି ପୋଲିସ୍ । ଗିରଫ ମହିଳା ଜଣକ ହେଲେ ଆସମା ବିବି । ସେ ଆଜାଦ ନଗରରେ କଙ୍ଗାରୁ କୋର୍ଟ ଚଳାଇଥିଲେ । ଛେଳି ଚୋରି ଅଭିଯୋଗରେ ୨ ବ୍ୟକ୍ତିଙ୍କୁ ମାରପିଟ୍ କରିଥିଲେ ଏବଂ ହାତ ବାନ୍ଧି ରାସ୍ତାରେ ଚଲାଇ ଚଲାଇନେଉଥିଲେ । ଖବର ପାଇ ସେମାନଙ୍କୁ ଉଦ୍ଧାର କରିବାକୁ ପୋଲିସ୍ ପହଂଚିବାରୁ ମହିଳା ଜଣକ ଗାଳିଗୁଲଜ କରିବା ସହ ମହିଳା ପୋଲିସ୍ ଙ୍କୁ ଆକ୍ରମଣ କରିଥିଲା । ପରେ ପୋଲିସ୍ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।