ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମାନ୍ୟମକୋଣ୍ଡା ପଞ୍ଚାୟତର ଓଡିଶା ଓ ଆନ୍ଧ୍ର ସୀମାନ୍ତ ପୋଲେରୁ ଠାରେ ସିଲେରୁ ନଦୀ ଉପରେ ଓଡିଶା ସରକାରଙ୍କ ତରଫରୁ ୮ କୋଟି ୫0 ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ବ୍ରିଜ ନିମନ୍ତେ ଜିଲ୍ଲାପାଳ ଡ଼ ୟଦୁଲା ବିଜୟ ଭିତ୍ତି ପ୍ରସ୍ଥର ସ୍ଥାପନ କରିଛନ୍ତି ।ଏହି ଅବସରରେ ପୋଲେରୁ ଠାରେ ବିଧାୟକ ଆଦିତ୍ୟ ମାଢି, ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମୀ, କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲା ମାଢି, ମାଲକାନଗିରି ତହସିଲଦାର ଗୁଣନିଧି ନାୟକ, କାଲିମେଳା ବିଡ଼ିଓ ଉମାଶଙ୍କର ଦଳେଇ, କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ ପ୍ରମୁଖ ଅଧିକାରୀଙ୍କ ସହ ସୁରକ୍ଷା ଦୃଷ୍ଟିରୁ ସେଠାରେ ଅତିରିକ୍ତ ଏସପି ଉଦ୍ଧବ ନାୟକ, ଏସଡିପିଓ ଅଂଶୁମାନ ଦ୍ବିବେଦୀ ଉପସ୍ଥିତ ଥିଲେ । ଜିଲାପାଳ ନଦିଘାଟରେ ପହଞ୍ଚି ଅଞ୍ଚଳ ବୁଲି ଦେଖିଥିଲେ ପରେ ବୋଟରେ ନଦୀ ପାର ହୋଇ ଆନ୍ଧ୍ର ପଟକୁ ଯାଇ ସେଠାରେ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ । ଏହି ବ୍ରିଜ ନିର୍ମାଣ ହେଲେ ଉଭୟ ରାଜ୍ୟ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକ ଉପକୃତ ହୋଇପାରିବେ ବୋଲି ଅଞ୍ଚଳବାସୀ ପ୍ରକାଶ କରିଥିଲେ । ସୂଚନା ଅନୁଯାୟୀ ନିର୍ମାଣ ହେବାକୁ ଥିବା ୧ ୯ ୩, ୬ ମିଟର ଏହି ବ୍ରିଜ ପାଇଁ ମୋଟ ୮ କୋଟି ୫୭ ଲକ୍ଷ ୫0 ହଜାର ୯୫୩ ଟଙ୍କା ଵ୍ୟୟ ଅଟକଳ ରହିଛି । ନିର୍ମାଣ କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇ ୧ /୩ /୨ ୨ ତାରିଖରେ ଶେଷ ହେବ ବୋଲି ସ୍ଥିର ହୋଇଛି ।