ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଓଡିଶାର ଆଇଆଇଏମ-ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଦ୍ୱାରା ପ୍ରକାଶିତ ବିବୃତ୍ତି ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓଡିଶାର ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସର ମୂଳଦୁଆ ପକାଇବେ ବୋଲି ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ ଟ୍ୱିଟରରେ ଏହି ବିଷୟରେ ସୂଚନା ଦେଇଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା କେମିତି ଶିକ୍ଷାର ହବ୍ ପାଲଟିଛି, ସେ ସମ୍ପର୍କରେ ନିଜର ଆଭିମୁଖ୍ୟ ରଖିଛନ୍ତି । ରାଜ୍ୟରେ ଏମ୍ସ ଆଇଆଇଏମ, ଆଇଆଇଟି, ନାଇଜର ଓ ଆଇଜର ପରି ଅନୁଷ୍ଠାନରୁ ବାହାରୁଥିବା ଛାତ୍ରଛାତ୍ରୀ ଦେଶର ସାମଗ୍ରିକ ବିକାଶରେ ସହାୟକ ହେଉଛନ୍ତି । ଓଡ଼ିଶାର ମାନବ ସମ୍ବଳକୁ ବିନିଯୋଗ କରି ରାଜ୍ୟକୁ ଓ ଦେଶକୁ ବିକାଶ ପଥରେ ନିଆଯାଇ ପାରିବ ବୋଲି ମତ ଦେଇଛନ୍ତି ନବୀନ ପଟ୍ଟନାୟକ ।
ଏଥିସହ ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରି ମୋଦୀ କହିଛନ୍ତି ଯେ ଏଣିକି ଲୋକାଲ ଫର ଭୋକାଲ ନୁହେଁ ଲୋକାଲ ଫର ଗ୍ଲୋବାଲର ସମୟ । ମାନବ ସମ୍ବଳର ପରିଚାଳନା ସହିତ ଏବେ ବୈଷୟିକ ପରିଚାଳନାର ସମୟ ।ଦେଶର ଯୁବପୀଢୀ ଷ୍ଟାର୍ଟଅପ ମାଧ୍ୟମରେ କମ୍ପାନୀ ପ୍ରତିଷ୍ଠା କରୁଛନ୍ତି ଏବଂ ଏସବୁର ପରିଚାଳନା ପାଇଁ ନୂଆ ପରିଚାଳନା ଦକ୍ଷତା ଆବଶ୍ୟକ ଯାହା ସମ୍ବଲପୁର ଆଇଆଇଏମ ପରି ଅନୁଷ୍ଠାନ ପୂରଣ କରିପାରିବ ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଭାରତର ଯୁବକମାନେ ଆଗାମୀ ବଡ଼ ସୁଯୋଗ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ। ଏହି ନୂତନ ଦଶନ୍ଧିରେ, ଆମେ ବିଶ୍ୱବ୍ୟାପୀ ବ୍ରାଣ୍ଡ ଇଣ୍ଡିଆକୁ ଏକ ନୂତନ ପ୍ରତିଛବି ଦେବୁ । ଦେଶର ନୂତନ କ୍ଷେତ୍ରରେ ନୂତନ ଅଭିଜ୍ଞତା ସହିତ ବାହାରକୁ ଆସୁଥିବା ପରିଚାଳନା ବିଶେଷଜ୍ଞମାନେ ଭାରତକୁ ନୂତନ ଉଚ୍ଚତାକୁ ନେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ। କୋଭିଡ ସଙ୍କଟ ସତ୍ତ୍ୱେ ଚଳିତ ବର୍ଷ ଭାରତ ପୂର୍ବ ବର୍ଷ ତୁଳନାରେ ଅଧିକ ୟୁନିଅନ୍ ଦେଇଛି ।
ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଥିଲେ , ଜାନୁୟାରୀ ୨ ରେ ସକାଳ ୧୧ ଟା ବେଳେ ମୁଁ ଆଇଆଇଏମ୍-ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବି। ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ମୋର ଛାତ୍ର ବନ୍ଧୁ ଏବଂ ଷ୍ଟାର୍ଟ ଅପ୍ ଦୁନିଆକୁ ଆସୁଥିବା ଲୋକଙ୍କୁ ନିମନ୍ତ୍ରଣ କରାଯିବ । ଜାତୀୟ ପ୍ରଗତିରେ ଆଇଆଇଏମ୍ ର ସମୃଦ୍ଧ ଅବଦାନ ପାଇଁ ଭାରତ ଗର୍ବିତ ।