ଶ୍ରୀଲିଙ୍ଗରାଜ ମନ୍ଦିର ଗର୍ଭଗୃହର ଫଟୋ ଭାଇରାଲ

ଭୁବନେଶ୍ୱର, (ଡିକେ ନୁ୍ୟଜ୍):ସୋସିଆଲ ମିଡିଆରେ ମହାପ୍ରଭୁଶ୍ରୀଲିଙ୍ଗରାଜଙ୍କ ଫଟୋ ଭାଇରାଲହୋଇଛି । ମହାପ୍ରସାଦ ୱେବସାଇଟରେଥିବା ଗର୍ଭଗୃହର ଦୁଇଟି ଫଟୋଭାଇରାଲ ହୋଇଛି । ସାହାଣମେଲାଦର୍ଶନ ସରିବା ପରେ ମହାପ୍ରଭୁଙ୍କଗୋଟିଏ ଫଟୋ ରହିଥିବା ବେଳେବଡ଼ସିଂହାର ପରେ ଠାକୁରଙ୍କ ବେଶରଅନ୍ୟ ଏକ ଫଟୋ ଏହି ସାଇଟରେରହିଛି । ତେବେ ଏହି ସାଇଟରେ ଥିବାଫଟୋ ଦୁଇଟିରେ ଏକ ସଂସ୍ଥାରଲୋଗୋ ଲାଗିଛି । ଏହି ଫଟୋଦୁଇଟିକୁନେଇ ସ୍ଥାନୀୟ ଲୋକ ଓ ଶ୍ରଦ୍ଧାଳୁଙ୍କଭିତରେ ପ୍ରବଳ ଅସନ୍ତୋଷ ପ୍ରକାଶପାଇଛି । କାରଣ ମନ୍ଦିର ଭିତରକୁକ୍ୟାମେରା, ମୋବାଇଲ ଓ ବ୍ୟାଗ ନେବାଉପରେ ପ୍ରତିବନ୍ଧକ ଅଛି । ଏପରିସ୍ଥଳେ ଜଣେ କିଭଳି ଭିତରର ଫଟୋଉଠାଇ ପାରିଲେ, ତାହା ପ୍ରଶ୍ନବାଚୀସୃଷ୍ଟି କରିଛି । ଏ ଫଟୋଗୁଡ଼ିକନିକଟରେ ଉଠା ଯାଇଥିବା ମନେହେଉଛି । ଶ୍ରୀଲିଙ୍ଗରାଜ ମୁଖ୍ୟଦ୍ୱାରରେମୁତୟନ ସୁରକ୍ଷା କର୍ମୀ ଭକ୍ତଙ୍କୁପ୍ରବେଶ ବେଳେ ତନ୍ନତନ୍ନ କରି ଯାଞ୍ଚକରୁଛନ୍ତି । ତା’ପରେ ମଧ୍ୟ ଏହିଫଟୋ ଉଠିବା ସୁରକ୍ଷାରେ ଥିବା ତ୍ରୁଟିକୁପଦାରେ ପକାଇ ଦେଇଛି ବୋଲିଚର୍ଚ୍ଚା ହେଉଛି । ଉଲ୍ଲେଖନୀୟ ଯେ୨୦୧୮ମସିହାରେ ବଲିଉଡ୍ଅଭିନେତ୍ରୀ ରବିନା ଟଣ୍ଡନ ଲିଙ୍ଗରାଜମନ୍ଦିର ବେଢା ଭିତରେମୋବାଇଲରେ ସୁଟିଂ କରିବାକୁ ନେଇଭୀଷଣ ଝଡ଼ ଉଠିଥିଲା । ମନ୍ଦିରପ୍ରଶାସନ ରବିନାଙ୍କ ବିରୋଧରେଏତଲା ଦେଇଥିଲା । ପରେ ରବିନାକ୍ଷମା ମାଗିବାରୁ ମାମଲା ଶାନ୍ତପଡ଼ିଥିଲା । ଏହାପରେ୨୦୧୮ମସିହାରେ କେନ୍ଦ୍ରମନ୍ତ୍ରୀବିଜୟ ଗୋଏଲ ଲିଙ୍ଗରାଜ ମନ୍ଦିରରଗର୍ଭଗୃହର ଫଟୋ ଟ୍ୱିଟରରେ ପୋଷ୍ଟକରିଥିଲେ । ତା’କୁ ନେଇ ବି ବିବାଦହୋଇଥିଲା । ଶ୍ରୀ ଗୋଏଲ ଟ୍ୱିଟ୍ କରିଭୁଲ୍ ସ୍ୱୀକାର କରି ଭକ୍ତଙ୍କଭାବାବେଗକୁ ଆଘାତ ଦେବା ତାଙ୍କରଲକ୍ଷ୍ୟ ନଥିଲା ବୋଲି ସେହି ଟ୍ୱିଟରରେଲେଖିଥିଲେ ଓ ଫଟୋକୁ ହଟାଇନେଇଥିଲେ । ସେହିପରି୨୦୧୮ମସିହାରେ ଓଡ଼ିଆ ତାରକାବିଦୁସ୍ମିତା ଶ୍ରୀଲିଙ୍ଗରାଜ ମନ୍ଦିରକୁଯାଇଥିବା ବେଳେ ଜଣେ ସେବାୟତତାଙ୍କ ସହ ମୋବାଇଲରେ ସେଲ୍ଫିଉଠାଇଥିଲେ । ଫଟୋଟି ସୋସିଆଲମିଡିଆରେ ଭାଇରାଲ ହେବା ପରେଘଟଣା ପଦାକୁ ଆସିଥିଲା । ଏହା ପରେ୨୦୧୯ ମସିହାରେ ପ୍ରଦୀପ୍ତ ପାତ୍ରନାମକ ଜଣେ ବ୍ୟକ୍ତିଙ୍କ ଫେସବୁକ୍ଆକାଉଣ୍ଟରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କରଦାମୋଦର ବେଶ ଫଟୋ ଭାଇରାଲହୋଇଥିଲା । ତକ୍ରାଳୀନ ମନ୍ଦିରକାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପକୁମାର ସାହୁ ଏ ବାବଦରେ ଥାନାରେଅଭିଯୋଗ କରିଥିଲେ ।

#DumaniTv #BBSR #Lingarajmandir # DumaniKhabar