ବୈପାରୀଗୁଡା: ବୈପାରୀଗୁଡା ଥାନା ଅନ୍ତର୍ଗତ ଜି. ମାଝୀଗୁଡା ଗ୍ରାମର ପୋଷ୍ଟ ମାଷ୍ଟ୍ର ମାଧବ ମାଝୀ ବୟସ ୬୨ । ସୂଚନା ଅନୁଯାୟୀ ଗତକାଲି ରାତିରେ କୌଣସି କାରଣ ବାସ୍ତତଃ ବିଷ ପିଇଦେଇଥିଲେ । ଏହା ଜାଣିବା ପରେ ତାଙ୍କ ଭାଇ କୃଷ୍ଣ ମାଝୀ ତାଙ୍କୁ ବୈପାରୀଗୁଡା ଡାକ୍ତରଖାନା ଆଣିଥିଲେ । କିନ୍ତୁ ଡ଼କ୍ଟର ଜୟପୁର ରେଫେର କରିଥିଲେ ତେବେ ଜୟପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ଏ ନେଇ ବୈପାରୀଗୁଡା ଥାନା ରେ ଏକ ଅପମୃତ୍ୟ ମାମଲା ରୁଜୁ ହେବା ସହ ଶବ ବ୍ୟବଛେଦ କରି ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ବୈପାରୀଗୁଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ଜଣାପଡିଛି ।