ମାଲକାନଗିରି: ଆଜି ମାଲକାନଗିରି ଓକିଲ ସଂଘ ନିର୍ବାଚନ ଜିଲ୍ଲା ବାର ଆସୋସିଏସନ କାର୍ଯ୍ୟଲୟ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ମାଲକାନଗିରି ବାର ଆସୋସିଏସନର ସଭାପତି ଭାବେ ଦୂର୍ଗା ପ୍ରସାଦ ତ୍ରିପାଠୀ ବିଜୟ ଲାଭ କରିଛନ୍ତି ଏବଂ ସମ୍ପାଦକ ରୂପେ ଲମ୍ବୋଦର ତୁରୁକୁ ବିଜୟ ଲାଭ କରିଛନ୍ତି । ଚଳିତ ବର୍ଷ ବାର ଆସୋସିଏସନର ନିର୍ବାଚନରେ ପୂର୍ବବର୍ଷ ର ସଭାପତି ନୃସିଙ୍ଘ ଚରଣ ମହାନ୍ତି, ଦୂର୍ଗା ପ୍ରସାଦ ତ୍ରିପାଠୀ ଏବଂ ରତିକୃଷ୍ଣ ପାତ୍ର ସଭାପତି ପଦପାଇଁ ପାର୍ଥୀ ପତ୍ର ଦାଖଲ କରିଥିଲେ । ଏହି ନିର୍ବାଚନରେ ମୋଟ ୯୧ ଜଣ ସଦସ୍ୟ ଭୋଟ ଦାନ କରିଥିବା ବେଳେ ଏଥିମଧ୍ୟରୁ ୪୧ ଖଣ୍ଡ ଭୋଟ ପୂର୍ବ ସଭାପତି ନୃସିଙ୍ଘ ଚରଣ ମହାନ୍ତି ଓ ୨ ଟି ଭୋଟ ରତିକୃଷ୍ଣ ପାତ୍ର ଙ୍କୁ ମିଳିଥିଲା ଏବଂ ଦୂର୍ଗା ପ୍ରସାଦ ତ୍ରିପାଠୀ ୪୮ ଖଣ୍ଡ ଭୋଟ ପାଇ ବିଜୟ ହାସଲ କରିଛନ୍ତି । ସେହିପରି ସମ୍ପାଦକ ପଦବୀ ନିମନ୍ତେ ୨ଜଣ ଆସାଇ ପାର୍ଥୀ ବିଜୁ ସରକାର ଏବଂ ଲମ୍ବୋଦର ତୁରୁକ ପାର୍ଥୀ ପତ୍ର ଦାଖଲ କରିଥିବା ବେଳେ ଲମ୍ବୋଦର ତୁରୁକ ୪୮ ଖଣ୍ଡ ଭୋଟ ପାଇ ୫ମ ଥର ପାଇଁ ସମ୍ପାଦକ ଆସନରେ ବିଜୟ ଲାଭ କରିଛନ୍ତି । ଏହି ନିର୍ବାଚନ ପ୍ରକ୍ରିୟା କୁ ସୁରୁଖୁର ରେ ଚଳାଇବା ପାଇଁ ବରିଷ୍ଠ ଓକିଲ ବିଜୟ ମହାନ୍ତି ଏବଂ ଅଶୋକ ନାଏକ ଙ୍କୁ ନିର୍ବାଚନ ଅଧିକାରୀ ଭାବେ ଦାଇତ୍ଵ ପ୍ରଦାନ କରଯାଇଥିବା ବେଳେ ନିର୍ବାଚନ କାର୍ଯ୍ୟକ୍ରମ ସୁରୁଖୁରରେ ଶେଷ ହୋଇଛି ।