ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଯୋଡ଼ା ଆମ୍ବରେ ପୁଣି ପ୍ରଜାମେଳି

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଯୋଡ଼ା ଆମ୍ବରେ ପୁଣି ପ୍ରଜାମେଳି। ପୂର୍ବରୁ ସ୍ୱାଭିମାନ ଅଞ୍ଚଳର ୫ଗୋଟି ପଞ୍ଚାୟତର ଯେଉଁ ଅଧିବାସୀମନେ ମାଓବାଦୀଙ୍କ ବନ୍ଧୁକ ଭୟରେ ପୋଲିସ ଏବଂ ସରକାର ବିରୋଧରେ ପ୍ରଜାମେଳି କରୁଥିଲେ ।ଏବେ କିନ୍ତୁ ସମ୍ପୂର୍ଣ୍ଣ ଅଲଗା । କାରଣ ସ୍ୱାଭିମାନ ଅଞ୍ଚଳକୁ ମାଓ ମୁକ୍ତ କରିଥିବା ଆରକ୍ଷୀ ଅଧିକ୍ଷକ ହୃଷିକେଶ ଖିଲାରୀଙ୍କ ବଦଳିକୁ ପ୍ରତିବାଦ କରିଛନ୍ତି ସ୍ୱଭିମାନ ଅଞ୍ଚଳର ୫ ଗୋଟି ପଞ୍ଚାୟତର ଲୋକେ ଆଜି ସ୍ୱାଭିମାନ ଅଞ୍ଚଳ ଜୋଡାଆମ୍ବ ଠାରେ ଶତାଧିକ ଲୋକ ଏକତ୍ରିତ ହୋଇ ବଦଳିକୁ ପ୍ରତିବାଦ କରିଛନ୍ତି । ଯିଏ ତାଙ୍କୁ ମରଣ ମୁହଁରୁ ଫେରାଇ ଆଣିବା ସହ ସବୁଦିନ ପାଇଁ ମାଓ ଆତଙ୍କରୁ ମୁକ୍ତ କରିଥିଲେ ।

ଦଶନ୍ଧି ଦଶନ୍ଧି ଧରି ନକ୍ସଲମାନେ ବନ୍ଧୁକ ମୁନରେ ଲୋକଙ୍କୁ ଶାସନ କରିଆସୁଥିଲେ ।ସତେ ଯେମିତି ମାଓବାଦୀମାନେ ବନ୍ଧୁକ ମୁନରେ ସାରା ଜୀବନ ଏହି ନିରୀହ ଅଧିବାସୀଙ୍କୁ ଶାସନ କରିବେ । କିନ୍ତୁ ଏସ୍ପି ହୁସିକେଶ ଖିଲାରୀ ଜୀବନକୁ ବାଜି ଲଗାଇ ସବୁ ସମୟରେ ଲୋକଙ୍କ ନିକଟରେ ପହଞ୍ଚି ଲୋକଙ୍କ ସୁଖ ଦୁଃଖର ସାମିଲ ହେଉଥିଲେ । ଲୋକଙ୍କୁ ମାଓ ଭୟକୁ ଭୟଭୀତ ନ ହେବାକୁ କହିଥିଲେ । ସରକାରଙ୍କ ଏହି ବଦଳିକୁ ଅଞ୍ଚଳ ବାସୀ ଵିରୋଧ କରିଛନ୍ତି । ଦୁଃଖ ପ୍ରକାଶ କରି ନୂତନ ଆରକ୍ଷୀ ଅଧିକ୍ଷକ ଆସି ଯେଉଁଭଳି ପୂର୍ବତନ ଏସ୍ପି ଲୋକଙ୍କ ସୁରକ୍ଷା ନିମନ୍ତେ ସାମିଲ ହେଉଥିଲେ ଏବଂ ସବୁ ସମୟରେ ଅଞ୍ଚଳରେ କିଭଳି ବିକାଶ ହେଇପାରିବ ସେ ଦିଗରେ ପ୍ରଶାସନ ଏବଂ ସରକାରଙ୍କ ଦୃଷ୍ଟିକୁ ଆଣିଥିଲେ ସେହିଭଳି କାମ କରିବାକୁ ଅନୁରୋଧ କରିଛନ୍ତି । ନଚେତ ଛତ୍ର ଭଙ୍ଗ ଦେଇଥିବା ମାଓବାଦୀ ଅଞ୍ଚଳରେ ପୁଣି ପସି ଆସି ନିଜର ସ୍ଥିତି ଜାହିର କରିବେ ।