ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ସୁକମା ଜିଲ୍ଲାରେ ମାଓବାଦୀଙ୍କ ଏକ ବଡ ଧରଣର ହିଂସାକାଣ୍ଡ ଯୋଜନା ପଣ୍ଡ ହେବାସହ ୩0 ଜଣ ଯବାନ ଅଳ୍ପକେ ବର୍ତ୍ତିଛନ୍ତି । ଚିନ୍ତଲନାର ଗାଁ ଦେଇ ଯାଇଥିବା ମୁଖ୍ୟ ରାସ୍ତାରେ ଆଜି ଏସଟିଏଫ ଓ ଡିଆରଜି ଯବାନ ମାନେ ଅପେରସନରେ ଯାଉଥିବାବେଳେ ପୋଲିସକୁ ଟାର୍ଗେଟ କରି ମାଓବାଦୀ ଲଗାଇଥିବା ୧0 କେଜି ଓଜନର ବିସ୍ଫୋରକ ଥିବା ଲ୍ୟାଣ୍ଡମାଇନକୁ ଯବାନ ମାନେ ଉଦ୍ଧାର କରି ନିଷ୍କ୍ରିୟ କରିଛନ୍ତି । ମାଓବାଦୀଙ୍କ ଦ୍ୱାରା ଲଗାଯାଇଥିବା ବିସ୍ଫୋରକ ସାମଗ୍ରୀ ଏତେ ଭୟଙ୍କର ଥିଲା ଯେ ପୋଲିସର ଗାଡିକୁ ବିସ୍ଫୋରଣରେ ୨0 ରୁ ୩0 ଫୁଟ ଅତି ସହଜରେ ଉଡାଇବାର କ୍ଷମତା ରଖିଥିଲା। ତେବେ ଘଟଣା ପରେ ପୋଲିସ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।