ଭକ୍ତଙ୍କ ପ୍ରତି ଶ୍ରୀଜଗନ୍ନାଥଙ୍କ କୃପା ଏମିତି ଅବିରତ ରହିଥାଉ : ରାଜ୍ୟପାଳ

ପୁରୀ : ରବିବାର ଶ୍ରୀକ୍ଷେତ୍ର ଆସି ପତିତପାବନଙ୍କୁ ଦର୍ଶନ କରିଛନ୍ତି ମହାମହିମ ରାଜ୍ୟପାଳ । ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଶ୍ରୀକ୍ଷେତ୍ରରେ ପତିତପାବନଙ୍କୁ ଦର୍ଶନ କରିବା ସହ ସମସ୍ତଙ୍କର ମଙ୍ଗଳ କାମନା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଭକ୍ତଙ୍କ ପ୍ରତି ଶ୍ରୀଜଗନ୍ନାଥଙ୍କ କୃପା ଏମିତି ଅବିରତ ରହିଥାଉ । ଏହା ଭଗବାନଙ୍କ ନିକଟରେ ସେ ପ୍ରାର୍ଥନା କରିଛନ୍ତି । ସାରା ବିଶ୍ୱର କୋଣ ଅନୁକୋଣରେ ଥିବା ସବୁ ଜନତାଙ୍କ ଉପରେ ଶ୍ରୀଜଗନ୍ନାଥଙ୍କ ଆଶିର୍ବାଦ ରହିଛି । ସମସ୍ତ ଛପା ଓ ବୈଦ୍ୟୁତିକ ଗଣମାଧ୍ୟମ ସହ ସମସ୍ତ ଜନତାଙ୍କ ସୁଖ ସମୃଦ୍ଧି ଦିଗରେ ଶ୍ରୀ ଜଗନ୍ନାଥଙ୍କ ଆଶିର୍ବାଦ ରହିଛି । ଗଭର୍ଣ୍ଣର ହାଉସର ସମସ୍ତ ସାଥୀମାନଙ୍କ ସହ ଭଗବାନଙ୍କ ଶ୍ରୀଚରଣରେ ଉପସ୍ଥିତ ରହି ସେ ଓଡିଶାର ସବୁ ଜନତାଙ୍କ କଲ୍ୟାଣ ପାଇଁ ଶୁଭ ମନାସିଛନ୍ତି ।