ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ବୁର୍ଜା ପଞ୍ଚାୟତ ବନ୍ଦୀକାର ଗ୍ରାମର ଢ଼ିୟୁ ମିଣ୍ୟ।କାଙ୍କ ଝିଅ କେତନୀ ମିଣ୍ୟ।କା ବୟସ ୧୫ ବର୍ଷ ଅଜଣା ରୋଗରେ ପୀଡିତ ହୋଇଛନ୍ତି । କେତନୀ ମିଣ୍ୟ।କା ମିନାପାଇ ବାଳିକା ବିଦ୍ୟାଳୟ ଦଶମ ଶ୍ରେଣୀର ଛାତ୍ରୀ ଅଟନ୍ତି । କୋଭିଡ -୧୯ ଲୋକଡାଉନ ଯୋଗୁ ସ୍କୁଲ ବନ୍ଦ ରହିଥିବା ଯୋଗୁ ଘରେ ରହି ପାଠ ପଡୁଥିଲେ କେତନୀଙ୍କ ଦେହ ହଠାତ ଖରାପ ହୋଇଯାଇଥିଲା । ପରିବାର ଲୋକେ ବିଭିନ୍ନ ମେଡିକାଲରେ ଦେଖେଇ ଥିଲେ । କିନ୍ତୁ ବହୁତ ପଇସା ପତ୍ର ଖର୍ଚ୍ଚ କରି ଥିଲେ କିନ୍ତୁ କୈଣସି ସଫଳ ମିଳିନ ଥିଲା । କୋରାପୁଟ ମେଡିକାଲରୁ କଟକ ମେଡିକାଲ ନବାକୁ ଡକ୍ଟର କହିଥିଲେ । କିନ୍ତୁ ଅର୍ଥ ଅଭାବ ଯୋଗୁଁ କଟକ ନ ନେଇ ନିଜ ଘରକୁ ଫେରେଇ ଆଣିଥିଲେ । ଢ଼ିୟୁ ଜଣେ ମାତ୍ର ଚାଷ ବାସ କରି ପରିବାର ପୋଷଣ କରନ୍ତି । ତେଣୁ କଟକ ନେବା ପାଇଁ ହାତରେ ପଇସା ପତ୍ର ନଥିବାର ସେ କଟକ ନେଇପାରି ନ ଥିବାର କହିଛନ୍ତି । ତେଣୁ ସରକାରଙ୍କୁ ଡ଼ିୟୁ ଅନୁରୋଧ କରିଛନ୍ତି କି ଯଦି ସରକାର ସାହାଯ୍ୟ ହାତ ବଢ଼ାଇଲେ ମୋ ଝିଅର ଦେହ ଭଲ ହୋଇଥାନ୍ତା ବୋଲି କହିଛନ୍ତି । ସରକାରଙ୍କ ଅନେକ ଯୋଜନା ରହିଛି । ଯଦି ନିରୀହ ଗରିବ କେତନୀ ପ୍ରତି ସରକାର ସାହାଯ୍ୟ କରିଥିଲେ ସୁସ୍ଥ ହୋଇଥାନ୍ତା ବୋଲି ସାଧାରଣ ଚର୍ଚ୍ଚା ହେଉଛି ।