ଦୁଇଟି ଏସବିଆଇ ଏଟିଏମରୁ ୪୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଂଚଳର ଦୁଇଟି ଏସବିଆଇ ଏଟିଏମରୁ ୪୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍ ହୋଇଛି । ପତ୍ରପୁରରେ ଏଟିଏମ୍ ରୁ ୧୯ ଲକ୍ଷ  ୬୮ ହଜାର ୫୦୦ ଟଙ୍କା ଏବଂ ନିଆଳ ହାଟ ଏଟିଏମରୁ ୨୩ ଲକ୍ଷ ୧୪ ହଜାର ଟଙ୍କା ଲୁଟ୍ ହୋଇଛି । ଏହିପରି ମୋଟ୍ ୪୨ ଲକ୍ଷ ୮୨ ହଜାର ୫୦୦ ଟଙ୍କା ଲୁଟ୍ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଦୁଇଟି ଏସବିଆଇ ଏଟିମ୍ କାଟି ଟଙ୍କା ଲୁଟ୍ କରିଥିଲେ ଦୁର୍ବୃତ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି ।