୩ଟି ପ୍ରକଳ୍ପର ଶିଳାନ୍ୟାସ କଲେ ସାଂସଦ ଓ ବିଧାୟକ

ତିହିଡ଼ି : ଭଦ୍ରକ ଜିଲ୍ଲା ତିହିଡ଼ି ବଜାରରେ ତିହିଡ଼ି ସ୍ୱାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ନିର୍ମାଣ ହେବାକୁ ଥିବା ଶୌଚାଳୟ ଓ ସୌରଚାଳିତ ପାନୀୟଜଳ ଯୋଗାଣ ପ୍ରକଳ୍ପ ସହିତ ଷ୍ଟ୍ରିଟ୍ଲାଇଟ୍ ପ୍ରକଳ୍ପର ଜାନୁଆରୀ ୭ ତାରିଖରେ ଶିଳାନ୍ୟାସ କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକୁ ସାଂସଦ ମଞ୍ଜୁଲତା ମଣ୍ଡଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଳାନ୍ୟାସ କରିଥିଲେ । ସମ୍ମାନୀତ ଅତିଥି ଭାବେ ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନାବୋର୍ଡ଼ ଅଧ୍ୟକ୍ଷ ଡ. ବ୍ୟୋମକେଶ ରାୟ, ଧାମନଗର ବିଧାୟକ ତଥା ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବ୍ଲକଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ, ଉପାଧ୍ୟକ୍ଷ ମାନସ ପାଠୀ, ବିଡିଓ ବସନ୍ତ କୁମାର ସାହାଣି ପ୍ରମୁଖ ଉପସ୍ଥିତ ରହି ଶିଳାନ୍ୟାସରେ ସହଯୋଗ କରିଥିଲେ । ଏହି ଶିଳାନ୍ୟାସ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଭାଟପଡ଼ା ସରପଞ୍ଚ ସ୍ୱର୍ଣ୍ଣମୟୀ ଜେନା, ସମିତିସଭ୍ୟ ସଂଗ୍ରାମ ଦାସ, ବାସୁଦେବପୁର ବିଧାୟକ ପ୍ରତିନିଧି ବିଜୟ ନାୟକ, ଜିଲ୍ଲାପରିଷଦ ସଭ୍ୟ ଚିନ୍ତାମଣି ଦାସ, ସାଂସଦ ପ୍ରତିନିଧି ହରେକୃଷ୍ଣ ଜେନା, ବ୍ଲକ ଯୁବ ବିଜେଡି ସଭାପତି ଉତ୍ତମ ମହାପାତ୍ର, ସରପଞ୍ଚ ପ୍ରଦୀପ ପଣ୍ଡା, କୀର୍ତ୍ତନ ରାଉତ, ସମିତିସଭ୍ୟ ଦାଶରଥି ମହାପାତ୍ର, ବିଜେପି ନେତା ରଘୁନାଥ ପାତ୍ର, ବୁଦ୍ଧଦେବ ଜେନା, ଦୁର୍ଗାଚରଣ ନାୟକ, ପ୍ରଦୀପ ବଳ, ପ୍ରମୋଦ ଦାସ, ସଞ୍ଜିବ ବେହେରା, ତପନ ପାଢ଼ୀ ଓ ପ୍ରତାପ ଜେନା ପ୍ରମୁଖ ଯୋଗ ଦେଇଥିଲେ । ସାଧାରଣ ଲୋକମାନଙ୍କର ଆବଶ୍ୟକତାକୁ ଲକ୍ଷ୍ୟ ରଖି ଶୌଚାଳୟ ନିର୍ମାଣ ଓ ପାନୀୟଜଳ ଯୋଗାଣର ବ୍ୟବସ୍ଥା କରାଯିବା ସହିତ ବ୍ଲକ ଠାରୁ ବଜାର ପର୍ଯ୍ୟନ୍ତ ଉଜ୍ଜ୍ୱଳ ଆଲୋକୀକରଣ କରାଯିବା ପାଇଁ ଅନୁଦାନ ଯୋଗାଇ ଦିଆଯାଇଛି । ଏଥିରେ ସାଧାରଣ ଲୋକ ଉପକୃତ ହୋଇପାରିବେ ବୋଲି ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ ପ୍ରକାଶ କରିଛନ୍ତି ।