ସରକାରୀ ଜମିର ଉଚ୍ଛେଦ ବନ୍ଦ ପାଇଁ ନଗରପାଳିକା ଘେରାଉ

ବଲାଙ୍ଗିର : ବଲାଙ୍ଗିର ନଗରପାଳିକା ଅଞ୍ଚଳରେ ସହର ସୌନ୍ଦର୍ଯା କରଣ ନାମରେ ହେଉଥିବା ସରକାରୀ ଜମିରେ ଥିବା ବିଭିନ୍ନ ବସ୍ତି ଅଂଚଳକୁ ହେଉଥିବା ଉଚ୍ଛେଦ ପ୍ରକିୟାକୁ ବନ୍ଦ କରିବାକୁ ଦାବି ରଖି ଆଜି ଦିନ ଶୁକ୍ରବାର ଦିନ ୧୧ ଘଣ୍ଟାରୁ ବିଭିନ୍ନ ଆଞ୍ଚଲର କ୍ଷତି ଗ୍ରସ୍ତ ମହିଳା ମାନେ ବଲାଙ୍ଗିର ନଗର ପାଳିକାରେ ସମବେତ ହୋଇଥିଲେ । ସେମାନେ ନାରାବାଜି କରି ଅନେକ ସମୟ ଧରି ଘେରାଉ କରି କାର୍ଯ୍ୟାଳୟ ବନ୍ଦ କରି ରଖିଥିଲେ । କାର୍ୟ ନିର୍ବାହୀ ଅଧିକାରୀ ସେମାନଙ୍କ ପାଖକୁ ଆସି ଆଲୋଚନା କରିଥିଲେ । ସେମାନେ ୩୦ ରୁ ୪୦ ବର୍ଷ ଧରି ସେହି ଆଞ୍ଚଳ ଗୁଡିକରେ ବସବାସ କରି ରହୁଛନ୍ତି । ଅଳ୍ପ ଆର୍ଥିକ ରୋଜଗାର କରି ରହି ଆସୁଥିବା ବସ୍ତି ନ କରିବାକୁ ଅନୁରୋଧ କରିଥିଲେ । ସେମାନଂକୁ କୌଣସି ନିଶ୍ଚିତ ପ୍ରତିଶ୍ରୁତି ମିଳିନାହିଁ । ଘେରାଉ ଜାରି ରହିଛି ଅନ୍ୟପଟେ ଏଠାରେ ଉତ୍ତେଜନା ରହିଛି । ପୁଲିସ ଶାନ୍ତି ପାଇଁ ମୁତୟନ କରାଯାଇଛି । କୌଣସି ଘଟଣା ପାଇଁ ସଦର୍ ପୁଲିସ ଅଧିକାରୀ ତୁଫାନ୍ ବାଗ ଆନ୍ଦୋଳନକାରୀମାନକୁ ବୁଝା ଶୁଝା କରୁଥିବା ଦେଖା ଯାଇଥିଲା ।