ଭୁବନେଶ୍ୱର : ରାଜ୍ୟରେ ଲକ୍ଡାଉନ୍ ଅବଧି ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇବା ଫଳରେ ଏହି ସମୟ ମଧ୍ୟରେ ବସ୍ ଚଳାଚଳ ବନ୍ଦ ରହିବ ବୋଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଏହି କ୍ରମରେ ମୋ ବସ୍ର ନିୟମିତ ସେବା ମଧ୍ୟ ବନ୍ଦ ରହିବ ।
କ୍ୟାପିଟାଲ୍ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ କୁହାଯାଇଛି ଯେ ବର୍ଦ୍ଧିତ ଲକ୍ଡାଉନ୍ ରେ ‘ମୋ ବସ୍’ର ନିୟମିତ ସେବା ପରବର୍ତୀ ନୋଟିସ୍ ପର୍ଯ୍ୟନ୍ତ ବନ୍ଦ ରହିବ । ତେବେ ରେଳ ଷ୍ଟେସନରୁ କଟକ ଓ ଖୋର୍ଦ୍ଧାକୁ ‘ମୋ ବସ୍’ ଚାଲିବ । ସେହିପରି ବିମାନ ବନ୍ଦରରୁ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ସଟଲ୍ ସର୍ଭିସ୍ ଜାରି ରହିବ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି ।