ମିସିସିପି: ଆମେରିକାର ମହାକାଶ ଏଜେନ୍ସି ନାସା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରକେଟ ତିଆରି କରିଛି । ଏହି ରକେଟର ଆନୁମାନିକ ବଜେଟ୍ ୧.୩୫ ଲକ୍ଷ କୋଟି । ସବୁଠାରୁ ପ୍ରଥମେ ଏହି ରକେଟର କୋର ଷ୍ଟେଜ୍ର ଟେଷ୍ଟିଂ କରାଯାଉଛି । ଏଥିପାଇଁ ଆମେରିକୀୟ ମହାକାଶ ଏଜେନ୍ସି ରକେଟର ଚାରିଆଡେ ଆରଏସଏସ ୨୫ ଇଞ୍ଜିନକୁ ୮ ମିନିଟ ପାଇଁ ଷ୍ଟାର୍ଟ ମଧ୍ୟ କରିଛି ।
ନାସା ଏହାର ଟେଷ୍ଟିଂ ମିସିସିପି ରାଜ୍ୟରେ ତିଆରି ଷ୍ଟେନିସ୍ ସ୍ପେସ୍ ସେଣ୍ଟରରେ କରୁଛି । ଏହା ପୂର୍ବରୁ ଯାନ୍ତ୍ରିକ କାରଣରୁ ଟେଷ୍ଟିଂକୁ ଘୁଞ୍ଚାଇ ଦିଆଯାଇଛି । ନାସା ମାନବ ବିନା ଚନ୍ଦ୍ରପୃଷ୍ଠକୁ ଯିବାର ଚେଷ୍ଟା କରୁଛି । ଏହି ମିଶନର ନାଁ ଆର୍ଟିମିସ୍ ରଖାଯାଇଛି । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରକେଟରୁ ଭବିଷ୍ୟତରେ ସିଙ୍ଗଲ ଟ୍ରିପ୍ ଜରିଆରେ ଚନ୍ଦ୍ରପୃଷ୍ଠରେ ପହଁଞ୍ଚିବାର ଯୋଜନା କରାଯାଇଛି । ଏପର୍ଯ୍ୟନ୍ତ ସବୁଠାରୁ ଶକ୍ତିଶାଳୀ ରକେଟ ଅଟେ, ଯାହାକୁ ନାସା ତିଆରି କରିଛି ।
ପରୀକ୍ଷଣ ସମୟରେ ରକେଟର ମୁଖ୍ୟ ପର୍ଯ୍ୟାୟରେ ୭ ସେକେଣ୍ଡ ଭିତରେ ୧.୬ ମିଲିୟନ ପାଉଣ୍ଡରୁ ଅଧିକ ଶକ୍ତି ଉତ୍ପନ କରିଥାଏ । ନାସାର ସୂଚନା ଅନୁସାରେ,ଇଞ୍ଜିନିୟରିଂର ଏକ ଅବିଶ୍ୱାସନୀୟ ପରାକ୍ରମ ଅଟେ, ଯାହାକି ଆମେରିକାର ଆଗାମୀ ପୀଢି ମିଶନକୁ ଶକ୍ତି ପ୍ରଦାନ କରିବାରେ ସକ୍ଷମ ଏକମାତ୍ର ରକେଟ । ନାସାର ଅଧିକାରୀ ପ୍ରଶାସକ ଷ୍ଟିଭ ଜୁର୍ସ୍କି କହିଛନ୍ତି,ଆଜି ପାଇଁ କୋର ଷ୍ଟେଜ୍ର ସଫଳ ଫାୟାର ଟେଷ୍ଟ ମଣିଷକୁ ଚନ୍ଦ୍ରପୃଷ୍ଠରେ ଓ ସେଠାରୁ ଆଗକୁ ନେଇ ଯିବାର ଲକ୍ଷ୍ୟରେ ମହତ୍ୱପୂର୍ଣ୍ଣ ପ୍ରମାଣିତ ହେବ । କୋର ଷ୍ଟେଜରେ ଦୁଇଟି ପ୍ରୋପେଲେଣ୍ଟ ଟ୍ୟାଙ୍କ ଲଗାଯାଇଛି, ଯେଉଁଥିରେ ୭ ୩ ୩ ,୦୦୦ େ ଗ ଲ ନ ର ୁ ଅଧିକ ସୁରପକୁଲ୍ଡ ଲିକ୍ୱିଡ୍ ହାଇଡ୍ରୋଜେନ୍ ଓ ଲିକ୍ୱିଡ ଅକ୍ସିଜେନ ଅଟେ ।
ଏହା ଆରଏସ୍-୨୫ ଇଞ୍ଜିନକୁ ଇନ୍ଧନ ଦେବାରେ ସହାଯ୍ୟ କରିଥାଏ । କୋର ପର୍ଯ୍ୟାୟରେ ଉଡାଣ ସଫ୍ଟୱେୟାର ଓ ଏଭିୟୋନିକ୍ସ ସିଷ୍ଟମର ଏକ ଜଟିଳ ନେଟଓ୍ୱର୍କ, ଯାହାକୁ ଲଞ୍ଚ ଓ ଉଡାଣ ବେଳେ ରକେଟରୁ ଉଡାଇବା, ଟ୍ରାକ୍ କରିବା ଓ ଚଳାଇବାରେ ସାହାଯ୍ୟ କରିବା ପାଇଁ ଡିଜାଇନ୍ କରାଯାଇଛି ।