ଆଜି ରାତିରୁ ଜାରି ହେବ ନାଇଟ୍ କର୍ଫ୍ୟୁ ହେବନି ନୂଆବର୍ଷ ସେଲିବ୍ରେସନ୍

ନୂଆଦିଲ୍ଲୀ: ବ୍ରିଟେନରୁ ଆସିଥିବା କରୋନା ଭାଇରସର ନୂଆ ଷ୍ଟ୍ରେନକୁ ଆଖିଆଗରେ ରଖି ଏଥର ଦିଲ୍ଲୀରେ ପାଳନ ହେବନି ନୂଆବର୍ଷ ସେଲିବ୍ରେସନ୍‌ । ଆଜି ରାତି ୧୧ ଟାରୁ ଆସନ୍ତାକାଲି ସକାଳ ୬ଟା ଯାଏ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । କରୋନା କଟକଣା ପାଇଁ ଜିରୋ ନାଇଟ୍‌ ସେଲିବ୍ରେସନ୍‌କୁ ବାରଣ କରାଯାଇଛି । ୨୦ ଜଣଙ୍କଠାରେ ବ୍ରିଟେନ କରୋନା ଷ୍ଟ୍ରେନ୍‌ ଚିହ୍ନଟ ହେବା ପରେ ସମସ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ନୂଆ ବର୍ଷ ପାଳନ ନେଇ କଟକଣା ଜାରି କରିବାକୁ କୁହାଯାଇଛି । ଡିଡିଏମ୍‌ଏ’ କହିଛି ଯେ, ଡିସେମ୍ବର ୩୧ ଓ ଜାନୁଆରି ୧ରେ ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଦିଲ୍ଲୀରେ ରାତ୍ରକାଳୀନ କର୍ଫ୍ୟୁ ଜାରି କରାଯିବ। ରାତ୍ର ୧୧ଟା ପରେ ସର୍ବସାଧାରଣ ସ୍ଥାନରେ ୫ରୁ ଅଧିକ ବ୍ୟକ୍ତି ସମବେତ ହୋଇ ପାରିବେ ନାହିଁ। ନବବର୍ଷ ପାଳନ ପାଇଁ କୌଣସି କାର୍ଯ୍ୟକ୍ରମ ବା ସମାବେଶକୁ ମଧ୍ୟ ଅନୁମତି ଦିଆଯିବ ନାହିଁ ବୋଲି ଏହି ଆଦେଶନାମାରେ ଉଲ୍ଲେଖ ରହିଛି।

ସର୍ବ ସାଧାରଣ ସ୍ଥାନରେ ସେଲିବ୍ରେସନ୍ ଓ ଏକତ୍ରିକରଣ ମନା କରାଯାଇଛି । ଏକାଠି ହୋଇପାରିବେନି ୫ରୁ ଅଧିକ ଲୋକ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଏହି ଗାଇଡ଼ଲାଇନ ଜାରି କରାଯାଇଛି । ରାତି ୧୧ଟା ପରଠାରୁ କୌଣସି ଉତ୍ସବ, ସମାବେଶ ଆଦି ନ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ସମସ୍ତ ଜିଲା ପ୍ରଶାସନକୁ ଏନେଇ ସଜାଗ କରାଯାଇଛି । ନବବର୍ଷ ପାଳନ ପାଇଁ କିଛି ଘଣ୍ଟା ବାକି ଥିବା ବେଳେ ଦିଲ୍ଲୀରେ ଏହି କଟକଣା ଲାଗୁ କରାଯାଇଥିବା ଜଣାପଡ଼ିଛି ।

ସେପଟେ ମୁମ୍ବାଇ ବି ଆଜି ରାତି ୧୧ଟା ପରେ ଜନସମାଗମ, ନିଉ ଇୟର ପାର୍ଟି ଉପରେ ରୋକ ଲଗାଇଲା ମୁମ୍ବାଇ ପୋଲିସ । କଟକଣା ଠିକ୍‌ରେ ପାଳନ ହେଉଛି କି ନାହି, ତା’ ଉପରେ ନଜର ରଖିବାକୁ ମ୍ୟୁନିସିପାଲିଟି ଏରିଆରେ ବ୍ୟାପକ ଫୋର୍ସ ମୁତୟନ କରାଯିବ । ଏହାଛଡ଼ା ୮ଟି ଡ୍ରୋନ୍‌ ସାହାଯ୍ୟରେ ଏ ସବୁ ଉପରେ ନଜର ରଖିବ ମୁମ୍ବାଇ ପୋଲିସ ।