ନବମ ଫେଲ୍: ଦଶମକୁ ଅପେକ୍ଷା

-ଜିଦ୍ ରେ ଅଟଳ ଚାଷୀ-ସରକାର

-୧୯ରେ ପୁଣି ଆଲୋଚନା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ଚାଲିଥିବା ନବମ ଥର ଆଲୋଚନା ବିଫଳ ହୋଇଛି । ପରବର୍ତ୍ତୀ ବୈଠକ ଜାନୁଆରୀ ୧୯ ତାରିଖ ମଧ୍ୟାହ୍ନ ୧୨ଟାରେ ହେବ । ସୁପ୍ରିମକୋର୍ଟଙ୍କ କମିଟି ଗଠନ ପରେ ଏହା ଥିଲା ପ୍ରଥମ ଆଲୋଚନା । ହେଲେ କିଛି ନୂଆ ଦେଖିବାକୁ ମିଳିଲାନି । ଯିଏ ଯାହା ଜିଦ୍ରେ ଅଟଳ । ସରକାର କହୁଛନ୍ତି କୃଷି ଆଇନ ପ୍ରତ୍ୟାହାର ହେବନି । ସେପଟେ କୃଷକ ସଂଗଠନ ଅଡି ବସିଛି ପ୍ରତ୍ୟାହାର କରିବାକୁ ହିଁ ପଡିବ । ସରକାରଙ୍କ ପ୍ରସ୍ତାବ ମାନିବାକୁ ଚାଷୀ ନାରାଜ । ଏପଟେ ·ଷୀ ପ୍ରସ୍ତାବ ଦେଲେ ତାହା ଉପରେ ବିଚାର କରାଯିବ ବୋଲି କୃଷିମନ୍ତ୍ରୀ କହିଛନ୍ତି । ସରକାର କହିଛନ୍ତି ସୁପ୍ରିମକୋର୍ଟ କମିଟି ଆଗରେ ପକ୍ଷ ରଖାଯିବ । ଗୋଟିଏ ପରେ ଗୋଟିଏ ଆଲୋଚନା ଫେଲ୍ ମାରୁଛି । ସେପଟେ କୃଷି ଆଇନକୁ ବିରୋଧ କରି କଂଗ୍ରେସ ଦେଶବ୍ୟାପୀ ପ୍ରଦର୍ଶନ ଏବଂ ରାଜଭବନ ଘେରାଉ କରିଛି । କିଶାନ ଅଧିକାର ଦିବସ ପାଳନ କରି ରାସ୍ତାରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ପ୍ରତିବାଦର ସ୍ୱର ଉଠାଇଛି କଂଗ୍ରେସ । ଦିଲ୍ଲୀରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ରାଜଭବନ ଘେରିଛନ୍ତି । ଏହାପରେ ଜନ୍ତରମନ୍ତରରେ ପ୍ରଦର୍ଶନ କରୁଛନ୍ତି । ଚଣ୍ଡିଗଡରେ ପଞ୍ଜାବ ରାଜଭବନ ଘେରିବାକୁ ପ୍ରୟାସ କରିଛନ୍ତି କଂଗ୍ରେସ କର୍ମୀ । ଲକ୍ଷେ୍ନøରେ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ କର୍ମୀ । କେନ୍ଦ୍ର ସରକାରକୁ ଟାର୍ଗେଟ୍ କରି ରାହୁଲ କହିଛନ୍ତି, କୃଷକଙ୍କ ସମ୍ମାନ କରୁନାହାନ୍ତି ମୋଦୀ ବରଂ ସେମାନଙ୍କୁ କ୍ଲାନ୍ତ କରିବାକୁ ଚେଷ୍ଟା କରିବା ଲାଗି ରଣନୀତି ଆପଣାଇଛନ୍ତି । ଅନ୍ୟପଟେ ଓଡ଼ିଶା କଂଗ୍ରେସ ବି ଚାଷୀଙ୍କ ସମର୍ଥନରେ ସ୍ୱର ଶାଣିତ କରିଛି । ଶୁକ୍ରବାର ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ଦେଇଛି ରାଜ୍ୟ କଂଗ୍ରେସ । ରାଜଭବନ ଘେରାଉ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି କଂଗ୍ରେସ କର୍ମୀ । କୃଷିଆଇନ ପ୍ରତ୍ୟାହାର ନହେଲା ଯାଏ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି ପିସିସି ସଭାପତି । କଂଗ୍ରେସର ପ୍ରଦର୍ଶନକୁ ବିଜେପି ନେତା ପ୍ରଦୀପ ପୁରୋହିତ କଡା ନିନ୍ଦା କରିଛନ୍ତି ।