ପୁରୀ : ନୀତି ଆୟୋଗ ଉପାଧ୍ୟକ୍ଷ ଡଃ. ରାଜୀବ କୁମାର ଆଜି ସକାଳେ ଶ୍ରୀମନ୍ଦିର ଯାଇ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଏହି ସମୟରେ ସେଠାରେ ନୀତି ଆୟୋଗର ବିଭାଗୀୟ ଉପଦେଷ୍ଟା ଅବିନାଶ ମିଶ୍ର, ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ପ୍ରୋଟକଲ ଅଫିସର ଗୋପିନାଥ ମିଶ୍ର, ସିଟି ଡିଏସପି ଜନାର୍ଦ୍ଦନ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।