-ଯେକୌଣସି ଆରଟିଓରୁ କରିହେବ ରେଜିଷ୍ଟ୍ରେସନ୍
-ମାଲିକାନା ପରିବର୍ତ୍ତନ ସହ ଅନ୍ୟାନ୍ୟ ନବୀକରଣ
ଭୁବନେଶ୍ୱର: ଗାଡ଼ି କାଗଜପତ୍ର ପାଇଁ ଆଉ ଧାଇଁବାକୁ ପଡ଼ିବନି ଆରଟିଓ କାର୍ଯ୍ୟାଳୟ । ଅନ୍ଲାଇନ୍ ରେ ହେବ ସବୁ କାଗଜପତ୍ର କାମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପରିବହନ ସେବା ସମ୍ପର୍କିତ ୯ ଗୋଟି ଅନଲାଇନ୍ ସେବାର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହା କାର୍ଯ୍ୟ କରିବ । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଲର୍ଣ୍ଣର୍ସ ଲାଇସେନ୍ସ ମୋବାଇଲ୍ ଆପ୍ ଆଣିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ସବୁ ସେବା ଅନଲାଇନ୍ ହେବା ଫଳରେ ଆଉ ଗୋଟିଏ ଆରଟିଓରୁ ଅନ୍ୟ ଆରଟିଓକୁ ଧାଇଁବାକୁ ପଡ଼ିବ ନାହିଁ । ଗାଡ଼ି ପଞ୍ଜିକରଣଠାରୁ ଆରମ୍ଭ କରି ପରିବହନ ଅନୁମତି, ସ୍ୱତନ୍ତ୍ର ବସ୍ ପରମିଟ୍, ଅନ୍ତର୍ଜାତୀୟ ଡ୍ରାଇଭିଂ ପରମିଟ୍,କୌଣସି ଆରଟିଓରୁ ଦେଶର କୌଣସି ସ୍ଥାନକୁ ମାଲିକାନା ସ୍ଥାନାନ୍ତରଣ ଅଥବା ପୁନଃ-ପଞ୍ଜିକରଣ ଆଦି ଅନଲାଇନ୍ ରେ କରିହେବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଗାଡ଼ି ସମ୍ବନ୍ଧୀୟ କାର୍ଯ୍ୟ ଲାଗି ଯେ କେହିବି ସ୍ୱାଧୀନତାର ସହ ଇଚ୍ଛା ମୁତାବକ ଆରଟିଓ ଅଫିସ୍ ଚୟନ କରିପାରିବେ । ପରିବହନ କାର୍ଯ୍ୟାଳୟ ଆଗରେ ଲମ୍ବା ଧାଡ଼ି ଲାଗିବା ଅତୀତ ପାଲଟିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି । ୫-ଟି କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ବ୍ୟକ୍ତିକୈନ୍ଦ୍ରିକ ସେବା ଅନଲାଇନରେ ଯୋଗାଇ ଦେଉଛନ୍ତି । ଦୈନନ୍ଦିନ ଜୀବନରେ ପରିବହନ ସେକ୍ଟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାକୁ ପେପରଲେସ୍ ଓ କଣ୍ଟାକ୍ଟଲେସ୍ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏନଆଇସ୍ ପ୍ଲାଟଫର୍ମ ଉପଯୋଗ କର ଡିଜିଟାଲ୍ ଦସ୍ତଖତ ଓ ସ୍ୱୟଂ ନମ୍ବର ବାହାର କରୁଛି । ଅନଲାଇନ୍ରେ କୌଣସି ଆରଟିଓରେ ମାଲିକ ଗାଡ଼ି ପଞ୍ଜିକରଣ କରିପାରେବି । ଏଥିସହ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଉମଙ୍ଗ ଆପ୍ରେ ଲର୍ଣ୍ଣର ଲାଇସେନ୍ସ ଉପଲ୨ କରାଇଥିବା ମୁଖ୍ୟମବୀ କହିଛନ୍ତି । ପରିବହନ ସେବାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିଥିବାରୁ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ।
ଯେ କେହିବି କୌଣସି ସ୍ଥାନରୁ ଗାଡ଼ି କିଣିଲେ । ଡିଲର ଅନଲାଇନରେ ଆପ୍ଲାଏ କରିବେ । କାଗଜପତ୍ର ସ୍କାନ୍ କରି ଅନଲାଇନ୍ରେ ଅପଲୋଡ୍ କରିବେ । ଅନ୍ଲାଇନ୍ ରେ ଟ୍ୟାକ୍ସ ଭରିବା ପରେ ସ୍ୱୟଂ ଗାଡ଼ି ପଞ୍ଜିକରଣ ନମ୍ବର ଆସିବ । ଏଥିପାଇଁ କୌଣସି ହାର୍ଡ କପି ଦେବାକୁ ପଡ଼ିବ ନାହିଁ କି ଆରଟିଓ ଅଫିସ୍ ଯିବାକୁ ପଡ଼ିବ ନାହିଁ । ପ୍ରତିବର୍ଷ ହାରାହାରି ୧କୋଟି ପୃଷ୍ଠା ସେଭ୍ କରାଯାଇ ପାରିବ । ଫଳରେ ବାର୍ଷିକ ୧ ହଜାର ଗଛ ରକ୍ଷା କରାଯାଇପାରିବ ।