୩ ଯୁବତୀଙ୍କୁ ଆକ୍ରମଣ ସହ ଅଫିସ ଭଙ୍ଗାରୁଜା, ୪ ଅଭିଯୁକ୍ତ ଫେରାର !

ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ଥାନା ଭଦ୍ରେଶ୍ୱର ଫଣ୍ଡିଠାରୁ ଅନତି ଦୂରରେ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଖୋଲାଯାଇଥିବା ଏକ କାର୍ଯ୍ୟାଳୟ ଭିତରେ ଆଜି ବ୍ୟାପକ ଭଙ୍ଗାରୁଜା ହୋଇଛି । କେବଳ ସେତିକି ନୁହେଁ ଏହି ଅସାମାଜିକ ଯୁବକ ମାନେ ଘଟଣାସ୍ଥଳୀରେ ପହଂଚି ୩ ଜଣ ମହିଳା କର୍ମଚାରୀଙ୍କୁ ଆକ୍ରମଣ ସହ ବଳାତ୍କାର ପାଇଁ ମଧ୍ୟ ଧମକ ଦେଇଛନ୍ତି ।

ଏହି ୪ ଅସାମାଜିକ ଯୁବକ ଯୁବକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପୀଡିତା ଯୁବତୀ ମାନେ ଥାନାର ଦ୍ୱାରସ୍ଥ ହେବା ଜଣାପଡିଛି । ଭଦ୍ରେଶ୍ୱରଫାଣ୍ଡି ନିକଟସ୍ଥ ପାଣ୍ଡିଆ ଛକରେ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ବିଭିନ୍ନ କାମ କରାଯିବାକୁ ଏକ କାର୍ଯ୍ୟାଳୟ ରହିଛି । ସ୍ଥାନୀୟ ଅଂଚଳର ବହୁ ଶ୍ରମିକ ଶ୍ରେଣୀୟ ଲୋକେ ସେମାନଙ୍କ କାର୍ଯ୍ୟ ସମ୍ପାଦନ ପାଇଁ ଏଠାକୁ ଆସିବା ଦେଖିବାକୁ ମିଳେ । ନିର୍ମାଣ ଶ୍ରମିକ ମାନଙ୍କ କାମ କରାଇବାକୁ ଏଠାରେ ୩ ଜଣ ଯୁବତୀ ନିଯୁକ୍ତି ପାଇଛନ୍ତି । ତେବେ ଆଜି ସ୍ଥାନୀୟ ଅଂଚଳର ୪ ଜଣ ଅସାମାଜିକ ଯୁବକ ସେକ ଜାକିର, ସେକ ରିୟାସତ, ସେକ ତାହେର ଏବଂ ସେକ ହେଦାଦ ଏହି ଯୁବତୀ ମାନଙ୍କୁ ରକ୍ତାକ୍ତ ଆକ୍ରମଣ କରିବା ସହ ବଳାତ୍କାର ପାଇଁ ଖୁଲମ ଖୁଲା ଧମକ ଦେଇଛନ୍ତି । ଏଥିସହ ସେମାନେ ଅଫିସ ଅସବାପତ୍ର ଭଙ୍ଗାରୁଜା କରିବାନେଇ ଫାଣ୍ଡିରେ ଏତଲା ହୋଇଛି ।

ଦୁର୍ବୃତ୍ତ ମାନଙ୍କ ଦାଦାଗିରି ଫଳରେ ନିର୍ମାଣ ଶ୍ରମିକ କାର୍ଯ୍ୟାଳୟରେ ଥିବା କମ୍ପୁଟର, ଲାପଟପ, ଟେବୁଲ, ଚେୟାର, ଓ ବହୁ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ପତ୍ର ମଧ୍ୟ ନଷ୍ଟ ହୋଇଯାଇଛି । ସ୍ପଷ୍ଟ ଦିବାଲୋକରେ ୩ଜଣ ଯୁବତୀଙ୍କୁ ଆକ୍ରମଣ ଓ ବଳାତ୍କାର ଧମକ ଦେବାକୁ ଏହି ଅଭିଯୁକ୍ତ ମାନେ କିପରି ସାହସ କଲେ ତାହାହିଁ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ କଥା । ତେବେ ଏତେଲା ଆଧାରରେ ପୋଲିସ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ସେକଥା ଦେଖିବାକୁ ବାକି ରହିଲା ।