ଭିସୁଟରେ ଅଫ୍ ଲାଇନ୍ କ୍ଲାସ୍ ଆରମ୍ଭ

ସମ୍ବଲପୁର: ଆଜିଠୁୁ ବୁର୍ଲା ସ୍ଥିତ ଭିସୁଟରେ ଆରମ୍ଭ ହୋଇଛି ଅଫ୍ ଲାଇନ୍ କ୍ଲାସ୍ । ଭିସୁଟର ଅଣ୍ଡର ଗ୍ରାଜୁଏଟ୍ ଓ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀ ଅଫ୍ ଲାଇନ୍ ମାଧ୍ୟମରେ କ୍ଲାସ୍ କରୁଛନ୍ତି । ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସେମିଷ୍ଟାରରୁ ୧୦ ସେମିଷ୍ଟାର ପର୍ଯ୍ୟନ୍ତ ସମସ୍ତେ ପ୍ରାକ୍ଟିକାଲ୍‌, ସେସନ୍ କ୍ଲାସ୍‌, ଥିଓରି କ୍ଲାସ୍‌, ଡ଼୍ରଇଁ କ୍ଲାସ୍ ଅଫ୍ ଲାଇନ୍ ମାଧ୍ୟମରେ ଦେବା ନିମନ୍ତେ ଭିସୁଟ୍ କୂଳପତି ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ଏନେଇ କୂଳପତି ଏକ ବିଜ୍ଞପ୍ତି ଜାରୀ କରିଥିଲେ ।