ଗଞ୍ଜାମ: ଆଜି ସକାଳେ ଜାତୀୟ ରାଜପଥର ରମ୍ଭା ନିକଟରେ ଏକ କାର୍ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । କାର୍ ଟି ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା ବେଳେ ରମ୍ଭା ନିକଟରେ ଏହାର ଚକା ଫାଟି ଯିବାରେ କାର୍ ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ରମ୍ଭାର ସାଜିଦ୍ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଆହତ ଦ୍ୱୟ ହେଲେ ସିଦ୍ଧାନ୍ତ ପଟ୍ଟନାୟକ ଏବଂ ରଜତ କୁମାର ନାହାକ । ଖବର ପାଇ ରମ୍ଭା ଓ ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଂଚି ଆହତ ଦ୍ୱୟଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛନ୍ତି । ଆହତ ରଜତ ପାରଳାଖେମୁଣ୍ଡି ବିଦ୍ୟୁତ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି । ପୋଲିସ କାର୍ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।