ରାଷ୍ଟ୍ରୀୟ ସମ୍ମାନ ସହ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ : ପଚଂଭୂତରେ ଲୀନ ହେଲେ ପ୍ରକାଶ

କଟକ: ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଆଜି ସକାଳେ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପଚଂଭୂତରେ ଲୀନ ହୋଇଛନ୍ତି ପ୍ରକାଶ । କଟକ କାଳିଆବୋଦା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଗତକାଲି ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବିରେ ତାଙ୍କର ମୃତ୍ୟୁ ଘଟିଥିଲା । ବ୍ରେନ ଷ୍ଟ୍ରୋକରେ ତାଙ୍କର ପରଲୋକ ଘଟିଥିବା ତାଙ୍କ ଝିଅ କହିଥିଲେ ।
ଗତ ମାସ ୨୫ ତାରିଖରେ ସେ ମେଡିକାଲରେ ଭର୍ତି ହୋଇଥିଲେ । ଜଣେ ଅମାୟିକ ବ୍ୟକ୍ତିତ୍ୱ ଭାବେ ପରିଚିତ ଡି. ପ୍ରକାଶ ରାଓ ୨ ଶହରୁ ଅଧିକ ଥର ରକ୍ତଦାନ କରିଥିଲେ । ଚା ଦୋକାନ କରିବା ସହ ଲବ୍ଧ ଅର୍ଥରେ ସେ ବସ୍ତି ପିଲାଙ୍କୁ ପାଠ ପଢାଉଥିଲେ । ଗରିବ ବସ୍ତି ପିଲାଙ୍କ ପାଇଁ ସ୍କୁଲ ପ୍ରତିଷ୍ଠା କରିଥିଲେ । ତାଙ୍କର ଏସବୁ ଜନ ହିତକର କାର୍ଯ୍ୟ ପାଇଁ ସେ ସାଧାରଣରେ ବେଶ୍ ଲୋକପ୍ରିୟ ହୋଇପାରିଥିଲେ ।