ନୂଆବର୍ଷରେ ରାଜକୋଟକୁ ପିଏମ ମୋଦୀଙ୍କ ଉପହାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ୨୦୨୦ ର ଶେଷ ଦିନରେ ଗୁଜୁରାଟକୁ ଆଉ ଏକ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ରାଜକୋଟରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (AIIMS) ର ମୂଳଦୁଆ ପକାଇଛନ୍ତି। ଏହା ପରେ ସେ ଆଶା କରିଥିଲେ ଯେ ଖୁବ ଶୀଘ୍ର ଭାରତରେ କରୋନା ଟିକା ଅନୁମୋଦନ ହେବ ଏବଂ ବିଶ୍ୱର ସର୍ବବୃହତ ଟିକା ଅଭିଯାନ ଚାଲିବ । ସେ ଭିଡିଓ କନଫରେନ୍ସିଂ ଜରିଆରେ ରାଜକୋଟରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଗୁଜରାଟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷ ବର୍ଦ୍ଧନ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କରୋନା ଯୋଦ୍ଧାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ମୋଦୀ ଆହୁରି କହିଛନ୍ତି ଯେ ନବବର୍ଷ ୨୦୨୧ ଚିକିତ୍ସାର ଏକ ନୂଆ ଆଶାର ସହିତ ଆସୁଛି। ଭାରତରେ ଏହାର ପ୍ରସ୍ତୁତି ଚାଲିଛି। ଟିକାକୁ ପ୍ରତ୍ୟେକ ବର୍ଗରେ ପହଞ୍ଚିବା ପାଇଁ ପ୍ରୟାସ ଜାରି ରହିଛି। ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନ ଚଳାଇବାକୁ ଜୋରଦାର ପ୍ରସ୍ତୁତି ଚାଲିଛି । ମୋଦୀ କହିଛନ୍ତି ଯେ ୨୦୨୧ ସ୍ୱାସ୍ଥ୍ୟ ସମାଧାନର ବର୍ଷ ହେବାକୁ ଯାଉଛି। ଭାରତ ଏବେ ‘ଫ୍ୟୁଚର ଅଫ୍ ହେଲଥ୍’ ଓ ‘ହେଲଥ ଅଫ୍ ଫ୍ୟୁଚର’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାକୁ ଯାଉଛି। ଏଥିସହ ସେ ସାରା ବିଶ୍ୱକୁ ଏକାଠି ହୋଇ କରୋନାକୁ ମାତ ଦେବା ପାଇଁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ ରୋଗ ବର୍ତ୍ତମାନ ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି। ତେଣୁ ସାରା ବିଶ୍ୱକୁ ଏକାଠି ମିଶି ଏହାର ଚିକିତ୍ସା କରିବା ଉଚିତ୍। ଯଦି ଭିନ୍ନ ଭିନ୍ନ ପ୍ରୟାସ କରାଯାଏ, ତେବେ କୌଣସି ଲାଭ ହେବ ନାହିଁ ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଖୁବ୍ ଶୀଘ୍ର କରୋନା ଟିକା ଆସୁଛି । କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗାଇଡ୍ ଲାଇନ୍ ପାଳନ ନକରିବା ଉଚିତ୍ ନୁହେଁ । ମୁଁ ପୂର୍ବରୁ କହିଥିଲି ଯଦି ଟିକା, କୌଣସି ଛାଡ୍ ନାହିଁ । ବର୍ତ୍ତମାନ ମୁଁ କହୁଛି ଟିକା ବି ଏବଂ କଠୋରତା ବି ପାଳନ କରିବା ଉଚିତ୍ । ଏହା ୨୦୨୧ ପାଇଁ ଆମର ମନ୍ତ୍ର ହେବ ।