ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ଣ ୧:୧୫ ମିନିଟ ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ବାରଣାସୀରେ କୋଭିଡ ଟୀକାକରଣ କାର୍ଯ୍ୟକ୍ରମର ଲାଭାର୍ଥୀ ଓ ଟୀକାପ୍ରଦାନକାରୀଙ୍କ ସହିତ ଆଲୋଚନା କରିବେ । ଏହି ଆଲୋଚନାରେ ଅଂଶଗ୍ରହଣକାରୀମାନେ ଟୀକାକରଣ ସମ୍ପର୍କରେ ସେମାନଙ୍କର ପ୍ରାଥମିକ ଅନୁଭୂତି ସମ୍ପର୍କରେ ମତ ରଖିବେ ।
ବିଶ୍ୱର ସର୍ବବୃହତ ଟୀକାକରଣ କାର୍ଯ୍ୟକ୍ରମକୁ ସୁଚାରରୂପେ ସମ୍ପାଦନ କରିବା ଲାଗି ପ୍ରଧାନମନ୍ତ୍ରୀ ନିୟମିତ ଭାବେ ବୈଜ୍ଞାନିକ, ରାଜନୈତିକ ନେତୃବୃନ୍ଦ, ଅଧିକାରୀ ଓ ଅନ୍ୟ ଅଂଶୀଦାରମାନଙ୍କ ସହିତ ସକ୍ରିୟ ଭାବେ ଆଲୋଚନା ଓ ମତବିନିମୟ ଜାରି ରଖିଛନ୍ତି । ଏହିକ୍ରମରେ ଉପରୋକ୍ତ ଆଲୋଚନା କରାଯିବ ।