ବିଷମକଟକ: ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ପଂଚାୟତ ସ୍ଥିତ ନୂଆ ଗାଁରେ ଗତ ତିନି ମାସରୁ ଉର୍ଦ୍ଧ୍ବ ହେବ ପିଇବା ପାଣିର ଘୋର ଅସୁବିଧା ଦେଖା ଦେଇଛି । ଗ୍ରାମର ଅଧିବାସୀ ମାନେ ବାଧ୍ୟ ହୋଇ ନଈରେ ବୋହି ଯାଉଥିବା ପାଣି କୁ ରୋଷେଇ କରିବା ସହ ପିଉଛନ୍ତି । ଯାହାଦ୍ୱାରା ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି । ଏହି ପିଇବା ପାଣିର ଅସୁବିଧା ସମ୍ପର୍କରେ ଚାଟିକଣା ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଷମ କଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ବାରମ୍ବାର ଦୀର୍ଘ ତିନି ମାସ ହେବ ଗୁହାରି କରିଲେ ମଧ୍ୟ କୌଣସି ଅଧିକାରୀ ନୂଆଗାଁ ଗ୍ରାମବାସୀଙ୍କ କଥା କୌଣସି ଅଧିକାରୀ ଶୁଣୁ ନଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁକରି ଆଜି ବାଧ୍ୟ ହୋଇ ଅନ୍ୟ ଉପାୟ ନ ପାଇ ଚାଟିକଣା ପଞ୍ଚାୟତ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ । ଆଜି ଯଦି ଆମ ଜଳ ସମସ୍ୟାର ସମାଧାନ ନ ହୁଏ ଜଳ ଯୋଗାଣ ପକ୍ରିୟାକୁ ଖୁବଶୀଘ୍ର ତ୍ୱରାନ୍ୱିତ କରି ଟ୍ୟୁବେଲ ଗୁଡ଼ାକ ମରାମତି କାର୍ଯ୍ୟ ସମ୍ପାଦନ କରି ପିଇବା ପାଣିର ସମସ୍ୟାକୁ ଦୂର କରାନଯାଏ, ତାହାହେଲେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ପଂଚାୟତ ସମିତି କାର୍ଯ୍ୟାଳୟ ଘେରାଉ କରିବାକୁ ନୂଆ ଗାଁ ଗ୍ରାମବାସୀ ସମେତ ଲଷ୍ମୀ ବାଗ, ଭରତ ହିକକା ପ୍ରମୁଖ କହିଛନ୍ତି ।