ପୋଲିସ ପରିଚୟ ଦେଇ ଦୁଇ ଗିରଫ

ମାଲକାନଗିରି: ମାଲକାନଗିରି ଆଦର୍ଶ ଥାନା ପୁଲିସ ଆଜି କ୍ରାଇମ୍ ଇନଟେଲିଜେନ୍ସ ବିଭାଗର ପୁଲିସ ଅଧିକାରୀ ଭାବେ ପରିଚୟ ଦେଇ ଅର୍ଥ ଆଦାୟ କରୁଥିବା ଦୁଇଜଣ ସାମ୍ବାଦିକଙ୍କୁ ଗିରଫ କରିିଥିବାବେଳେ ଅନ୍ୟଜଣେ ଫେରାର ଥିବା ଜଣାପଡ଼ିଛି । ସୂଚନା ଅନୁସାରେ, କାଲିମେଳାର ସାମ୍ବାଦିକ ପ୍ରିୟରଞ୍ଜନ ପଣ୍ଡା, କୁଡ଼ୁମୁଲୁଗୁମ୍ମାର ଧନଞ୍ଜୟ ଠିକାଦାର ଏବଂ ମାଲକାନଗିରିର ଶମ୍ଭୁ ସ୍ୱାଇଁ ଗତ ବୁଧବାର ଦିନ ଶିଖପାଲ୍ଲୀ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ କ୍ରାଇମ୍ ଇନଟେଲିଜେନ୍ସ ବିଭାଗର ପୁଲିସ ଅଧିକାରୀ ବୋଲି ପରିଚୟ ଦେଇ ଧମକ ଦେବା ସହ ୨୦ ହଜାର ଟଙ୍କା ଅର୍ଥ ଦାବି କରିଥିଲେ । ତେବେ ଉକ୍ତ ଦିନ ସଂପୃକ୍ତ ବ୍ୟକ୍ତିଠାରୁ ୩ ହଜାର ଟଙ୍କା ଆଦାୟ କରି ବକେୟା ୧୭ ହଜାର ଟଙ୍କା ନେବାକୁ ଯାଇଥିବା ବେଳେ ଶ୍ରୀପଣ୍ଡା ଓ ଶ୍ରୀଠିକାଦାରଙ୍କୁ ପୁଲିସ ଗିରଫ କରିଥିବାବେଳେ ଶ୍ରୀସ୍ୱାଇଁ ଫେରାର ହୋଇଯାଇଥିବା ଜଣାପଡ଼ିଛ । ଅଭିଯୁକ୍ତଙ୍କ ବିରୋଧରେ ମାଲକାନଗିରି ଥାନାରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ତେବେ ଫେରାର ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଥିବା ଭାରପ୍ରାପ୍ତ ନିରୀକ୍ଷକ ରାମ ପ୍ରସାଦ ନାଗ ସୂଚନା ଦେଇଛନ୍ତି ।