କୋଭିଡ୍ ପରିଚାଳନା ନେଇ ସମିକ୍ଷା କଲେ ପୁଲିସ ଡିଜି ଅଭୟ

ରାଉରକେଲା : ପଶ୍ଚିମାଚଂଳରେ କୋଭିଡ ସ୍ଥିତି ଧିରେ ଧିରେ ବିଗୁଡୁଥିବା ବେଳେ ଓଡିଶାର ଅନ୍ୟ ସ୍ଥାନରେ ସ୍ଥିତି ବିଗିଡ଼ି ଚାଲିଛି । ଏହାକୁ ଦେଖି ରାଜ୍ୟ ସରକାର ୧୪ ଦିନିଆ ଲକଡାଉନ ଘୋଷଣା କରିଥିବା ବେଳେ ରାଉରକେଲା ସମେତ ପଡୋଶି ପୁଲିସ ଜିଲ୍ଲାରେ କୋଭିଡ୍ ପରିଚାଳନା କେମିତି ଚାଲିଛି ତାହାର ସରଜମିନ ସମିକ୍ଷା କରିବା ଲାଗି ଆଜି ଓଡିଶା ପୁଲିସ ଡିଜି ଶ୍ରୀ ଅଭୟ ଆଜି ରାଉରକେଲାରେ ପହଁଚି ସମିକ୍ଷା କରିଛନ୍ତି । ଶ୍ରୀ ଅଭୟ ଏକ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଆଜି ରାଉରକେଲାରେ ପହଁଚି ରାଉରକେଲା ମିଡିଆକୁ ଭେଟିଥିଲେ । ସେ କହିଥିଲେ ରାଜ୍ୟ ସରକାର ଯେଉଁଭଳି ଏହି ସ୍ଥିତିକୁ ପରିଚାଳନା କରିବାକୁ କହିଥିଲେ ସେହି ଭଳି ସମସ୍ତ କାମ ପୁଲିସ ଚଳାଇଛି ।

ବିଶେଷ କରି ଅକ୍ସିଜେନ ଗାଡି ଗୁଡିକ କିଭଳି ତାର ଗନ୍ତବ୍ୟ ଯାଗାରେ ପହଁଚିବ ତାହାର ବ୍ୟବସ୍ଥା ପୁଲିସ ପକ୍ଷରୁ କରାଯାଉଛି । ମୁଖ୍ୟମନ୍ତ୍ରୀ କହିବା ଅନୁଶାରେ ଲୋକଙ୍କୁ ମାସ୍କ ପିନ୍ଧାରେ ଅଭ୍ୟାସ କରାଇ ସଚେତନ କରିବା ଓ ସାମଜିକ ଦୂରତା ଲାଗି ସଚେତନ କରାଇବା ଦିଗରେ ପୁଲିସ କାର୍ଯ୍ୟ କରୁଛି, ଲୋକେ ମଧ୍ୟ ଅନେକ ଜରିମାନା ଦେଇଛନ୍ତି । ପରେ ସେ ରାଉରକେଲା, ସୁନ୍ଦରଗଡ଼, ରେଳବାଇ ପୁଲିସ, ଝାରସୁଗୁଡ଼ା ଓ ସମ୍ବଲପୁରର ପୁଲିସ ଅଧିକାରୀ ମାନଙ୍କ ସହ କୋଭିଡ ପରିଚାଳନା କେମିତି ଚାଲିଛି ପଚାରି ବୁଝିଥିଲେ । ଏହି ସମୟରେ ବିଶେଷ କରି ସିମାନ୍ତ ଅଂଚଳରେ କୋଭିଡ ପରିଚାଳନା ନେଇ କିଭଳି କାମ ଚାଲିଛି ତାକୁ ମଧ୍ୟ ପଚାରି ବୁଝିଥିଲେ । ପରେ ପରେ ସେ ଚତୁର୍ଥ ବାଟାଲିଆନ ରାଉରକେଲା କ୍ୟାମ୍ପସକୁ ପରିଦର୍ଶନରେ ଯାଇଥିଲେ ।