ଯୁବକଙ୍କୁ ମାରିବା ସହ ଡକାୟତି ମାମଲାରେ ୧୨ ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ଥାନା ଅର୍ନ୍ତଗତ ଏମଭି ୫୯ ଗ୍ରାମର ଜଣେ ଯୁବକଙ୍କୁ ମାଡ଼ମାରିବା ସହ ଡକାୟତି କରିବା ଅଭିଯୋଗରେ ପୋଲିସ ୧୨ ଜଣ ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସୂଚନା ମୁତାବକ ଗତ ୩ ତାରିଖ ସନ୍ଧ୍ୟା ପ୍ରାୟ ୪ଟା ବେଳେ ଏମଭି ୫୯ ଗ୍ରାମର ୧୨ ଜଣ ଲୋକ ସେହି ଗ୍ରାମର ପରମାନନ୍ଦ ବିଶ୍ୱାସଙ୍କୁ ଛତିଶଗଡ଼ ରାଜ୍ୟ ସୁକମା ଜିଲ୍ଲାର ପେଣ୍ଟା ଗ୍ରାମରେ ଅଚାନକ ଆକ୍ରମଣ କରି ମାରପିଟ କରିଥିଲେ । ଏତିକି ବେଳେ ପ୍ରେମାନନ୍ଦ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିବା ବେଳେ ଆତତାୟୀମାନେ କୌଣଷି ଏକ ଓଜନିଆ ଅସ୍ତ୍ର ସାହାଯ୍ୟରେ ପ୍ରେମାନନ୍ଦର ବାମ ହାତକୁ ପ୍ରହାର କରିଥିଲେ । ଏଥିରେ ପ୍ରେମାନନ୍ଦର ବାମ ହାତ ଭାଙ୍ଗି ଯାଇଥିଲା ବେଳେ ସେ କୌଣସି ମୋତେ ସେଠାରୁ ଖସି ପଳାଇଥିଲା ।

ଏହାପରେ ଦୃବୃତ୍ତମାନେ ସେଠାରେ ଥିବା ପ୍ରେମାନନ୍ଦଙ୍କ ମୋବାଇଲ, ୨୫ ହଜାର ଟଙ୍କା ଓ ରୁପେଲି ରଙ୍ଗର ଏକ ବୁଲେଟ୍ ମୋଟର ସାଇକଲକୁ ଧରି ଚାଲିଯାଇଥିଲେ । ଏ ବାବଦରେ ଗତ ୬ ତାରିଖ ଦିନ ପଡିଆ ଥାନାରେ ଏକ ମାମଲା ରୁଜୁ କରାଯିବା ପରେ ପଡିଆ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶିକାଙ୍କ ନେତୃତ୍ଵରେ ଏଏସଆଇ ବିଜୟ କୁମାର ବେନିଆ ଓ ଅନ୍ୟାନ୍ୟ କର୍ମଚାରୀ ଏହି ଘଟଣାରେ ସମ୍ପୃକ୍ତ ୧୨ ଜଣ ଅପରାଧୀଙ୍କୁ ଗିରଫ କରି ଗତକାଲି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଏ ବାବଦରେ ପଡିଆ ଥାନାରେ ମାମଲା ସଂଖ୍ୟା ୩୮/୨୧ ଭାରତୀୟ ପିଙ୍ଗଳ କୋର୍ଟ ଦଫା ୧୪୭/୧୪୮/୩୯୫/୩୯୭/୩୯୮/୧୪୯ ରେ ଏକ ମାମଲା ରୁଜୁ କରାଯାଇଥିବା ପଡିଆ ଥାନା ଅଧିକାରୀ ଶ୍ରୀ ନିଶିକା କହିଛନ୍ତି । ଏଥିସହ ଏହି ଘଟଣାରେ ସମ୍ପୃକ୍ତ ଏମଭି ୫୯ ଗ୍ରାମର ୧୨ ଜଣ ନନୀ ଗୋପାଲ ପାଣ୍ଡେ, ବିଶ୍ୱଜିତ୍ ମଣ୍ଡଳ , ପ୍ରକାଶ ସାନା, ଶିବାଜୀ ବୋଷ, ରଞ୍ଜିତ ବିଶ୍ବାସ, ସୁଜିତ୍ ମଣ୍ଡଳ, ସୁଜୟ ମଣ୍ଡଳ, ବିଧାନ ପାଣ୍ଡେ, ଅଖିଲ ପାଣ୍ଡେ, ରାମ ଚନ୍ଦ୍ର ପାଣ୍ଡେ, ବିଦ୍ୟୁତ୍ ପାଣ୍ଡେ ସମେତ ଲକ୍ଷ୍ମଣ ପାଣ୍ଡେଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।