ନୂଆଦିଲ୍ଲୀ: କରୋନା ହାରିବ,ଭାରତ ଜିତିବ । କରୋନା ବିରୋଧରେ ଲଢେଇ ଏବଂ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଭାରତ ପକ୍ଷରୁ ପ୍ରସ୍ତୁତ ହୋଇସାରିଛି କୋଭିଡ୍ ଟିକା । କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାନୁଆରୀ ୧୬ ତାରିଖରୁ ଦେଶରେ କୋଭିଡ୍ ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ଦେଶର ୩ କୋଟି ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ତେବେ କୋଭିଡ୍ ଟିକାକରଣ ଆରମ୍ଭ ହେବା ପୂର୍ବରୁ ନୀତିଆୟୋଗ ପକ୍ଷରୁ କୁହାଯାଇଛି ଯେ ସେରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୋଭିସିଲ୍ଡ ଏବଂ ଭାରତ ବାୟୋଟେକ୍ ଦ୍ୱାରା କୋଭାକ୍ସିନ୍ ପ୍ରସ୍ତୁତ କରାଯାଇଛି । ଏହି ଦୁଇଟି କୋଭିଡ୍ ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁରି ପ୍ରଦାନ କରାଯାଇଛି । କୋଭିସିଲ୍ଡ ଏବଂ କୋଭାକ୍ସିନ୍ କୋଭିଡ ଟିକା ଏବେ ଖୋଲା ବଜାରରେ ବିକ୍ରି ପାଇଁ ଅନୁମତି
ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ କରାଯିବ । ପ୍ରଥମ ପର୍ଯ୍ୟାୟରେ ଦେଶର ଆଗଧାଡିର କରୋନା ଯୋଦ୍ଧାଙ୍କୁ ଏହି ଟିକା ପ୍ରଦାନ କରାଯିବ । ଏହାପରେ ୫୦ ବର୍ଷରୁ ଉର୍ଦ୍ଧ ବୟସ୍କ ଲୋକଙ୍କୁ ଟିକା ଦିଆଯିବ । ଏଥିରେ ସ୍ୱାସ୍ଥ୍ୟକର୍ମୀ,ପୋଲିସ ଓ ଆଗଧାଡ଼ିର କରୋନା ଯୋଦ୍ଧାମାନଙ୍କୁ ଅଗ୍ରାଧିକାର ଭିତିରେ ଟିକା ପ୍ରଦାନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।