ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଶନିବାର କୋଲକାତାରେ “ପରାକ୍ରମ ଦିବସ’ ମୁଖ୍ୟ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ । ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍ଙ୍କ ୧୨୫ତମ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମ ବର୍ଷେ ପର୍ଯ୍ୟନ୍ତ ଚାଲିବ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅଦମ୍ୟ ସାହସ ଓ ନିଃସ୍ୱାର୍ଥପର ସେବାପାଇଁ ତାଙ୍କ ସମ୍ମାନାର୍ଥେ ଜାନୁଆରୀ ୨୩ ତାରିଖ ଦିନଟିକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।
କଟକ ଓଡ଼ିଆବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ଜାନକୀନାଥ ଭବନ ନେତାଜୀ ସଂଗ୍ରହାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ କୋଲକାତାର ନ୍ୟାସନାଲ୍ ଲାଇବ୍ରେରୀ ଓ ଭିକ୍ଟୋରିଆ ମେମୋରିଆଲଠାରେ ହେବାକୁ ଥିବା ଏହି ଉତ୍ସବରେ ଅଧ୍ୟକ୍ଷତା କରିବେ । ଆସନ୍ତାକାଲି କୋଲକାତାରେ ପହଞ୍ôଚବା ପରେ ସେ ପ୍ରଥମେ ନ୍ୟାସନାଲ୍ ଲାଇବ୍ରେରୀ ଗସ୍ତ କରିବେ ।
ଏହାପରେ ସେ ନେତାଜୀଙ୍କ ଉପରେ ଆନ୍ତର୍ଜାତିକ ଆଲୋଚନାଚକ୍ରରେ ଉଦ୍ୟାପନୀ ଅଭିଭାଷଣ ଦେବେ । ଭର୍ଚୁଆଲ୍ ଉପାୟରେ ହେଉଥିବା ଏହି ଆଲୋଚନା ଚକ୍ରରେ ଆମେରିକା, ଜର୍ମାନୀ, ମ୍ୟାଁମାର, ଥାଇଲ୍ୟାଣ୍ଡ୍ ଓ ବାଂଲାଦେଶରୁ ନେତାଜୀଙ୍କ ଉପରେ ଗବେଷଣା କରୁଥିବା ପ୍ରଖ୍ୟାତ ବ୍ୟକ୍ତିମାନେ ଅଂଶଗ୍ରହଣ କରିବେ । ପରେ ସନ୍ଧ୍ୟାରେ ଶ୍ରୀ ମୋଦୀ ଭିକ୍ଟୋରିଆ ମେମୋରିଆଲଠାରେ ଏକ ପ୍ରଦର୍ଶନୀକୁ ବୁଲି ଦେଖିବେ।
୧୯୨୬ରୁ ୧୯୩୬ ମଧ୍ୟରେ ନେତାଜୀ ଲେଖିଥିବା ଚିଠିଗୁଡ଼ିକର ଏକ ସଙ୍କଳନର ଉନ୍ମୋଚନ କରାଯିବ ଓ ଏକ ପ୍ରୋଜେକ୍ଟ ମ୍ୟାପିଂ ଶୋ’ର ଉଦ୍ଘାଟନ କରାଯିବ । ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ୍ ନ୍ୟାସନାଲ ଆର୍ମିର ବରିଷ୍ଠ ସେନାନୀ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନିତ କରାଯିବ । କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଅଂଶଗ୍ରହଣ କରିବାର ଆଶା କରାଯାଉଛି । ସେହିପରି କଟକରେ ଓଡ଼ିଆ ବଜାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍ଙ୍କ ବାସଭବନରେ ପହଞ୍ଚି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହାପରେ ନେତାଜୀଙ୍କ ନାମରେ ଖାନନଗରରେ ହେବାକୁ ଯାଉଥିବା ଅନ୍ତଃରାଜ୍ୟ ବସ ଟର୍ମିନାଲର ଶିଳାନ୍ୟାସ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ କମିଶନରେଟ ପୋଲିସ, ଜିଲ୍ଲା ପ୍ରଶାସନ,ସିଏମ୍ସି, ପୂର୍ତ୍ତ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏଥିପାଇଁ ଆଜି ପୋଲିସ ପକ୍ଷରୁ ମକ୍ଡ୍ରିଲ୍ କରାଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗଦେବେ । ବିଜେଡି ସରକାର ସମୟରେ କଟ୍ନୀ ଛଟନୀ, କାହିଁକି ହେଉଛି, ଟୋକନ କାହିଁକି ମିଳୁନି ବୋଲି ସେ ପ୍ରଶ୍ନ କରିବା ସହ ବିଜେପିର ଚାଷୀ ଆନ୍ଦୋଳନକୁ ସେ ଡ଼୍ରାମା ବୋଲି କହିଛନ୍ତି ।