ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ୨,୨୨,୨୨୨ଟଙ୍କା ଦାନ କଲେ ପ୍ରଭାକର ରାଉତ

ଭୁବନେଶ୍ୱର: ୪୯୨ ବର୍ଷର ସଂଘର୍ଷ ପରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଶ୍ରୀରାମ ଜନ୍ମଭୂମିରେ ଭଗବାନ ରାମଙ୍କ ଭବ୍ୟମନ୍ଦିର ନିର୍ମାଣ ହେବାକୁ ଯାଉଅଛି । ରାଷ୍ଟ୍ରୀୟ ମର୍ଯ୍ୟାଦାର ପ୍ରତୀକଏହି ମନ୍ଦିର ୨୦୨୪ ମସିହା ସୁଦ୍ଧା ସଂପୂର୍ଣ୍ଣ ହେବ । ଏଥି ପାଇଁ ନିଶ୍ଚିନ୍ତି ହୋଇଅଛି ମକର ସଂକ୍ରାନ୍ତି ଠାରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଦେଶକୁ ଜୋଡିବା ପାଇଁ ଏକ ବ୍ୟାପକ ନିଧି ସମର୍ପଣ ଏବଂ ସଂପର୍କ ଅଭିଯାନ ଚଳାଯିବ । ଏହି ଅବସରରେ ରାମଭକ୍ତମାନେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ନିଧି ସମର୍ପଣ କରିବା ଆରମ୍ଭ କରିଦେଇଛନ୍ତି । ଭୁବନେଶ୍ୱର ନିବାସୀ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରଭାକର ରାଉତ ଓ ତାଙ୍କର ସହଧର୍ମିଣୀ ଶ୍ରୀମତୀ ହରପ୍ରିୟା ରାଉତ ନିଜର ବ୍ୟକ୍ତିଗତ ସଂଚୟ ରୁ ଦୁଇ ଲକ୍ଷ ବାଇଶ ହଜାର ଦୁଇ ଶହ ବାଇଶ ଟଙ୍କାର ନିଧି ରାମଜନ୍ମ ଭୂମିରେ ଭବ୍ୟ ମନ୍ଦିର ପାଇଁ ସମର୍ପଣ କରିଛନ୍ତି । ଜାନୁଆରୀ ୧୦ ତାରିଖ ଦିନ ସେ ଏହି ଚେକ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାରକ ଶ୍ରୀ ବିପିନ ବିହାରୀ ନନ୍ଦଙ୍କୁ ପ୍ରଦାନ କରିଛନ୍ତି ।

ଏହା ପୂର୍ବରୁ କଟକ ସୁଶାନ୍ତ କୁମାର ଦାସ ୧,୫୧୧,୫୧ଟଙ୍କା,ରାଇରଙ୍ଗପୁର ସହରର ଇଚିଣ୍ଡାର ଶିକ୍ଷୟତ୍ରୀ ସୁଶ୍ରୀ ବୀଣାଦେବୀ ରାମ ତାଙ୍କ ଅର୍ଜିତ ଆୟରୁ ଏକ ଲକ୍ଷ ଏଗାର ହଜାର ଏକ ଶହ ଏଗାର ଟଙ୍କା,ଅନୁଗୁଳର ଶ୍ରୀବିଷ୍ଣୁଜୀଙ୍କ ପିତାମାତା ଏକ ଲକ୍ଷ ଏକୋଇଶି ହଜାର ଏକଶହ ଏକୋଇଶ ଟଙ୍କା,ମୟୁରଭଞ୍ଜ ଜିଲ୍ଲା ଦେବେନ୍ଦ୍ରପୁର ନିବାସୀ ସମାଜସେବୀ ଛୋଟେଲାଲ ମହନ୍ତଙ୍କ ଧର୍ମପତ୍ନୀ ଶ୍ରୀମତୀ କ୍ଷୀରୋମଣି ମହାନ୍ତ ଏକଲକ୍ଷ ଏକୋଇଶ ହଜାର ଏକଶହ ଏକୋଇଶି ଟଙ୍କା ମର୍ଯ୍ୟାଦା ପୁରୁଷୋତମ ପ୍ରଭୁ ଶ୍ରୀରାମ ମନ୍ଦିର ନିର୍ମାଣାର୍ଥେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ସମର୍ପଣ କରିଛନ୍ତି ।