ସାଲେପୁର: ସାଲେପୁର ନୂତନ ଏସଡିପିଓ ଭାବେ ପ୍ରଶାନ୍ତ କୁମାର ମାଝୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଯୋଗଦେବାପରେ ଏସଡିପିଓ ଶ୍ରୀମାଝୀଙ୍କୁ ଆଜି ସାଲେପୁର ନିରପେକ୍ଷ ସାମ୍ବାଦିକ ସଙ୍ଘ ପକ୍ଷରୁ ସଂଘର ସଭାପତି ଅଭୟ ଜେନା,ଉପଦେଷ୍ଟା ରତ୍ନାକର ବାରିକ, ସମ୍ପାଦକ ମହେଶ୍ୱର ବେହେରା,ଉପସଭାପତି ନାରାୟଣ ଭୂୟାଁ, ସହସମ୍ପାଦକ ତୁଷାର ଜୋତି ନାଏକ, କ୍ରାଯ୍ୟାଳୟ ସମ୍ପାଦକ ସଂଯୁକ୍ତା ସାହୁ,ସଭ୍ୟ ରଞ୍ଜନକୁମାର ବାରିକ,ଅକ୍ଷୟ କୁମାର ଗୋଛାୟତ,ଦିବାକର ରାଉତ, ଅଭିମନ୍ୟୁ ନାଏକ, ସ୍ୱଦେଶ ଜେନା,ଦୀପକ ଷଢଙ୍ଗି, ଶିଶୁପଦ ନନ୍ଦ, ଅକ୍ଷୟ କୁମାର ଦାଶ, ପ୍ରିତବାସ ରାଉତ, ବାବୁଲି ବାରିକ ସମେତ ସାମ୍ବାଦିକ ମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ ।
ସୂଚନା ଯୋଗ୍ୟ ଯେ ଶ୍ରୀ ମାଝୀ ୨୦୧୪ ରୁ ୨୦୧୮ ମସିହା ପର୍ଯ୍ୟନ୍ତ ସାଲେପୁର ଆଦର୍ଶ ଥାନାରେ ଆଇଆଇସି ଭାବେ କାର୍ଯ୍ୟକରିଥିଲେ । ପରେ ଜଗିସିଂପୁର ଜିଲ୍ଲା, ତିର୍ତୋଲ ଓ ଏରସମା ଥାନାଅଧିକାରୀ ଭାବେ ତାଙ୍କର ବଦଳି ହୋଇଥିଲା । ଶ୍ରୀ ମାଝୀଙ୍କୁ ପୁଲିସ ପ୍ରଶାସନ ପକ୍ଷରୁ ତାଙ୍କର ଉଲେଖନୀୟ କାର୍ଯ୍ୟ ପାଇଁ ବହୁବାର ପୁରୁସ୍କୃତ କରାଯାଇଛି । ପଦୋନ୍ନତୀ ପାଇ ଆସନ୍ତାକାଲି ସାଲେପୁର ଏସଡିପିଓ ଭାବେ ଯୋଗଦେବା ପରେ ଶ୍ରୀ ମାଝୀ ବିଭିନ ଥାନା ଅଞ୍ଚଳରୁ କୋଭିଡି କଟକଣା ଓ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ଗୁରୁତ୍ୱ ଦେବେ ବୋଲି ପ୍ରକାଶକରିଛନ୍ତି ।